ପ୍ରତିଯୋଗୀଙ୍କ ଭାବବିହ୍ଵଳ କଲା ଭଳି କାହାଣୀ ଶୁଣି ତୁରନ୍ତ ୧ଲକ୍ଷ ଟଙ୍କା ଦେଲେ ନେହା କକ୍କର

ମୁମ୍ବାଇ : ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡଲର ଜଜ୍‌ମାନେ ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଗତ ବର୍ଷ #ମି ଠୁ ମାମଲାକୁ ନେଇ କଣ୍ଠଶିଳ୍ପୀ ଅନୁ ମଲିକ ବିବାଦରେ ଥିବା ବେଳେ କଣ୍ଠଶିଳ୍ପୀ ନେହା କକ୍କର ନିଜର କାନ୍ଦ ପାଇଁ ଚର୍ଚ୍ଚାରେ ରହିଥିଲେ । ପ୍ରତିଯୋଗୀମାନଙ୍କର ବ୍ୟକ୍ତିଗତ କାହାଣୀ ଶୁଣିବା ପରେ ତାଙ୍କୁ ଅନେକ ସମୟରେ କାନ୍ଦୁଥିବାର ଦେଖାଯାଇଥିଲା । ଏବେ ସିଜିନ୍‌-୧୧ରେ ମଧ୍ୟ ତାଙ୍କର ଭାବବିହ୍ଵଳ ହେବା ଭଳି ଦୃଶ୍ୟ ସାମ୍ନାକୁ ଆସୁଛି । ଖାଲି ସେତିକି ନୁହେଁ, ସେ ଜଣେ ପ୍ରତିଯୋଗୀଙ୍କ କାହାଣୀ ଶୁଣି ତାଙ୍କୁ ୧ଲକ୍ଷ ଟଙ୍କା ମଧ୍ୟ ଦେଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଇଣ୍ଡିଆନ୍‌ ଆଇଡଲର ମଞ୍ଚ ଉପରକୁ ଆସି ଜଣେ ପ୍ରତିଯୋଗୀ ନିଜର ଖୁସି ଜାହିର କରୁଛନ୍ତି । ତାଙ୍କର ସଙ୍ଗୀତ ପରିବେଷଣ ତାଙ୍କ ପରିବାର ଓ ସାଙ୍ଗମାନଙ୍କୁ ଖୁସି କରାଉଥିବା କଥା ସେ ସମସ୍ତଙ୍କୁ ଜଣାଉଛନ୍ତି । ଏହା ସହ କ୍ରିକେଟର ଭଗବାନ ସଚ୍ଚିନ ତେନ୍ଦୁଲକର ମଧ୍ୟ ତାଙ୍କ ସଙ୍ଗୀତକୁ ପସନ୍ଦ କରିଥିବା କଥା ସେ ୩ଜଣ ଜଜ୍‌ଙ୍କୁ ଜଣାଉଛନ୍ତି । ଯାହା ପରେ ସେ ଭାବବିହ୍ଵଳ ହୋଇଯିବା ସହ ୬ବର୍ଷ ହେଲାଣି ନିଜ ପରିବାର ସହ ଦୀପାବଳି ପାଳନ କରି ନଥିବା କଥା କହୁଛନ୍ତି । ପ୍ରତି ବର୍ଷ ଦୀପାବଳିରେ ସେ କୌଣସି ନା କୌଣସି ଫ୍ୟାକ୍ଟ୍ରିରେ କାମ କରୁଥାନ୍ତି ଓ ବାଣ ଶବ୍ଦ ଶୁଣି ସେ ଦୀପାବଳି ପାଳନ କରନ୍ତି ବୋଲି ଜଣାଉଛନ୍ତି । ଯାହାକୁ ଶୁଣି ସାମ୍ନାରେ ବସିଥିବା କଣ୍ଠଶିଳ୍ପୀ ନେହା କକ୍କରଙ୍କ ଆଖିରେ ଲୁହ ଆସିଯିବା ସହ ସେ ତୁରନ୍ତ ୧ଲକ୍ଷ ଟଙ୍କା ଦେବାର ଘୋଷଣା କରୁଛନ୍ତି ।

Image result for neha-kakkar"
AajTak

୧ଲକ୍ଷ ଟଙ୍କା ନେଇ ବିମାନ ଟିକେଟ କିଣି ଘରକୁ ଯିବା ସହ ସମସ୍ତଙ୍କ ପାଇଁ ନୂଆ ପୋଷାକ ଓ ମିଠା ନେଇ ଯିବ ବୋଲି ନେହା କହିଥିଲେ । ନେହାଙ୍କ ଏଭଳି ଘୋଷଣା ଉପସ୍ଥିତ ଲୋକଙ୍କୁ ଖୁସି କରାଇଥିଲା ।

ସମ୍ବନ୍ଧିତ ଖବର