ବିବାହ ବନ୍ଧନରେ ବା‌ନ୍ଧି ହେଲେ ଇଣ୍ଡିଆନ୍‌ ଆଇଡଲ୍‌-୧୨ର ଜଣାଶୁଣା କଣ୍ଠଶିଳ୍ପୀ ଶାୟଲୀ କାମ୍ବଲେ

ମୁମ୍ବାଇ: ଲୋକପ୍ରିୟ ରିୟାଲିଟି ସୋ’ ଇଣ୍ଡିଆନ୍‌ ଆଇଡଲ୍‌-୧୨ର ଜଣାଶୁଣା କଣ୍ଠଶିଳ୍ପୀ ଶାୟଲୀ କାମ୍ବଲେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ତାଙ୍କ ପ୍ରେମିକ ଧବଲଙ୍କୁ ବିବାହ କରିଥିବା ସୂଚନା ରହିଛି। ଶାୟଲୀ ଏବଂ ଧବଲ ଏପ୍ରିଲ୍‌ ୨୪ ତାରିଖରେ ମହାରାଷ୍ଟ୍ରୀୟ ରୀତିନୀତିରେ ବିବାହ କରିଛନ୍ତି। ଦୁହିଁଙ୍କ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସମସ୍ତେ ଏହି ଦମ୍ପତିଙ୍କୁ ବିବାହ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

 

ଶାୟଲୀ ମହାରାଷ୍ଟ୍ରୀୟ ରୀତିନୀତିରେ ବିବାହ କରିଥିବା ବେଳେ ମହାରାଷ୍ଟ୍ରୀୟ ଢଙ୍ଗରେ କନ୍ୟା ରୂପରେ ସଜେଇ ହୋଇଥିଲେ। ସେ ଗୋଲାପୀ ରଂଗର ଧଡ଼ି ଥିବା ଏକ ହଳଦୀ ରଂଗର ଶାଢ଼ି ତାଙ୍କ ବିବାହରେ ପିନ୍ଧିଥିବା ଦେଖିବାକୁ ମିଳିଛି। ଶାଢ଼ି ଉପରେ ‌ସେ ଏକ ବାଇଗଣୀ ରଂଗର ସାଲ୍‌ ଘୋଡ଼େଇ ହୋଇଥିବା ଦେଖିବାକୁ ମିଳିଛି। ଏହା ସହ ସେ ଦୁଇଟି ଗଳା ହାର, ନୀଳ ରଂଗର ଚୁଡ଼ି ପିନ୍ଧି ଏକଦମ ନିଆରା ଦେଖା ଯାଉଛନ୍ତି।

 

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ସାୟଲୀ ଓ ଧବଲଙ୍କ ବରଣମାଳା ହେଉଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଦୁହେଁ ତାଙ୍କର ଏହି ସ୍ବତନ୍ତ୍ର ଦିନରେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର