ଉଦାସ ହୋଇଗଲା ମାହେଲା; ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ ବିନିତ୍‌ଙ୍କ ଗୀତ ଶୁଣି ସଭିଙ୍କ ଆଖିରେ ଦିଶିଲା ଲୁହ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ବଡ଼ ରିୟଲିଟି ସୋ’ ଇଣ୍ଡିଆନ୍‌ ଆଇଡଲ୍‌ ୧୩ ଲଗାତର ଚର୍ଚ୍ଚାରେ ରହିଛି। ସୋ’ରେ ଜଣଙ୍କଠୁ ବଳି ଜଣେ ପ୍ରତିଭାମାନ୍‌ଙ୍କୁ ଦେଖିବାକୁ ମିଳୁଛି। ନିକଟରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନ‌ା ଓ ହୁମା କୁରେସି ବି ସେମାନଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ଡବଲ୍‌ ଏକ୍ସଲ୍‌’ର ପ୍ରମୋସନ ପାଇଁ ସୋ’ରେ ପହଞ୍ଚିଥି‌ଲେ।

ଏହି ଅବସରରେ ଜଣେ ପରେ ଜଣେ ସବୁ ପ୍ରତିଦ୍ବନ୍ଦୀ ମଞ୍ଚ ଉପରକୁ ଆସି ନିଜର ସଂଗୀତ କଳା ପ୍ରଦର୍ଶନ କରିଥିଲେ। ମାତ୍ର ସବୁ ପ୍ରତିଯୋଗୀଙ୍କ ମଧ୍ୟରୁ ବିନିତ ସିଂହଙ୍କ କଣ୍ଠସ୍ବର ସଭିଙ୍କ ମନକୁ ଛୁଇଁଗଲ।

ସେ ‘ଅଭି ମୁଝ୍‌ମେ କହିଁ ବାକି ଥୋଡ଼ିସି ହୈ ଜିନ୍ଦେଗୀ’ ଗୀତରେ ପ୍ରଦର୍ଶନ କରିଥିଲେ। ସେ ଏତେ ଭାବପ୍ରବଣ ହୋଇ ଗୀତଟିକୁ ଗାଇଥିଲେ ଯେ ଗୀତଟି ସଭିଙ୍କ ମନକୁ ଛୁଇଁ ଯାଇଥିଲା। ତାଙ୍କ ଗୀତ ଶୁଣି ସେଠାରେ ସମସ୍ତେ ଭାବପ୍ରବଣ ହୋଇ ପଡ଼ିଥିଲେ।

 

ସୋ’ରେ ଉପସ୍ଥିତ ଅତିଥି ସୋନାକ୍ଷୀ ଓ ହୁମାଙ୍କ ବ୍ୟତୀତ ନେହା କକ୍କର ଓ ହିମେଶ ରେଶମିୟା ବି ଗୀତ ଶୁଣି ଭାବୁକ ହୋଇ ଉଠିଥିବାର ଭିଡିଓରେ ଦେଖିବାକୁ ମିଳିଛି।

ବିନିତଙ୍କ ଗୀତ ଶୁଣି ସେଠ‌ାରେ ଉପସ୍ଥିତ ଥିବା କିଛି ପ୍ରତିଦ୍ବନ୍ଦ୍ବୀ ବି ଭାବୁକ ହୋଇ ପଡ଼ିଥିଲେ। ପୂରା ମାହୋଲଟା ହିଁ ଭାବପ୍ରବଣ ହୋଇ ଯାଇଥିଲା। ସେଠାରେ ଉପସ୍ଥିତ ସମେସ୍ତ ନିଜ ଆସନରୁ ଉଠି ଛିଡ଼ା ‌ହୋଇଗଲେ।

ସମ୍ବନ୍ଧିତ ଖବର