ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଭାରତ ଆଣିବା ପାଇଁ ଏହି ଭାରତୀୟ ବ୍ୟକ୍ତି ସାହାଯ୍ୟ କରିଥିଲେ

୩୮ଟି ଦେଶକୁ ୪୭୦୦ଟି ମୃତଦେହ ପଠାଇସାରିଛନ୍ତି

ରିୟାଦ: ଦୁବାଇ ପୁଲିସ୍‌ ଶ୍ରୀଦେବୀଙ୍କ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବା ସହ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିଛି ବୋଲି ମଙ୍ଗଳବାର ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା। ତେବେ ଦୁବାଇସ୍ଥିତ ଭାରତୀୟ ଦୂତାବାସର ଅଧିକାରୀ ଅସରଫ ସେରି ତମାସସେରି ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମୁମ୍ବାଇ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।

ପ୍ରକାଶିତ ଖବର ମୁତାବକ, ଭାରତୀୟ ଦୂତାବାସର ଅଧିକାରୀ ଅସରଫ ୟୁଏଇରେ  ଯେଉଁ ବିଦେଶୀ ଲୋକଙ୍କ ମୃତ୍ୟୁ ହୁଏ, ସେ  ତାଙ୍କ ମୃତଦେହକୁ ନିଜ ଦେଶକୁ ପଠାଇବାରେ ସାହାଯ୍ୟ କରି ଥାଆନ୍ତି। ଅସରଫ ଏଯାବତ୍‌ ୩୮ଟି ଦେଶକୁ ୪୭୦୦ଟି ମୃତଦେହ ପଠାଇ ସାରିଲେଣି।

ଅସରଫ କହନ୍ତି, ୟୁଏଇ ସରକାର  ପାଖରେ ସମସ୍ତେ ସମାନ। ଯଦି କୌଣସି ବିଦେଶୀଙ୍କ ମୃତ୍ୟୁ ହୋଇଯାଏ ତାଙ୍କୁ ହସ୍‌ପିଟାଲ ନେବାକୁ ପଡ଼ିଥାଏ। ଏହାପରେ ଏହି ମାମଲାଟି ସମ୍ପୂର୍ଣ୍ଣ ଭାବେ ପୁଲିସ ହାତକୁ ଚାଲି ଯାଇଥାଏ। ଆପଣ ଗରିବ ହୁଅନ୍ତି ଅବା ଧନୀ ସେ ସବୁକୁ ସରକାର ଦେଖନ୍ତି ନାହିଁ ବାସ୍‌ ଯାଞ୍ଚ ଆରମ୍ଭ କରି ଦେଇ ଥାଆନ୍ତି।

ଅନ୍ୟପକ୍ଷ୍ୟରେ ଅସରଫ କହନ୍ତି, ଭଣଜାର ବାହାଘର ପାଇଁ ଶ୍ରୀଦେବୀ ଦୁବାଇ ଯାଇଥିଲେ। ଫେବ୍ରୁଆରି ୨୪ରେ ବାଥଟବ୍‌ରେ ପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସର ଯାହା ଯାହା ନିୟମ ଥିଲା ତାହା ପୁରା କରିବା ବେଳକୁ ଶ୍ରୀଦେବୀଙ୍କ ମୃତଦେହକୁ ଭାରତ ଆଣିବାରେ ବିଳମ୍ବ ହୋଇଥିଲା। ଏହି ସମୟରେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଅନେକ ଅଧିକାରୀ ଓ ସାମ୍ବାଦିକଙ୍କ ଘନଘନ ଫୋନ୍‌ ମଧ୍ୟ ଆସିଥିଲା। ଶ୍ରୀଦେବୀଙ୍କ ମୃତ୍ୟୁ ମାମଲାର ସମସ୍ତ ତଦନ୍ତ ଶେଷ ହେବା ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରି ଦିଆଯାଇଥିଲା।

 

ସମ୍ବନ୍ଧିତ ଖବର