ମୁମ୍ବାଇ: ଦୁନିଆର ସବୁଠୁ ବଡ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନ ଫିଲ୍ମ 'ଓପେନହାଇମର' ସହିତ ବକ୍ସ ଅଫିସରେ ଧମାଲ କରିଛନ୍ତି। ରିଲିଜ ହେବା ପରେ ୨୦୨୩ର ଏହା ସବୁଠୁ ବଡ଼ ଫିଲ୍ମ କୁହାଯାଉଥିବା ବେଳେ ଏହାର କ୍ରେଜ ସାରା ଭାରତରେ ଦେଖିବ‌ାକୁ ମିଳିଛି। ଫିଲ୍ମର ଅଗ୍ରୀମ ବୁକିଂ ଭଲ ଥିବା ବେଳେ ପ୍ରଥମ ଦିନରେ ଫିଲ୍ମଟି ହଲିଉଡ ଫିଲ୍ମ 'ମିଶନ ଇମବସିବୁଲ-ଡେଡ ରେକନିଂ'ର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। କିନ୍ତୁ 'ଓପେନହାଇମର' ଦେଖିବା ପରେ ଅନେକ ଲୋକ ଏଥିରେ ଥିବା ଏକ ଦୃଶ୍ୟକୁ ନେଇ ଆପତ୍ତି ଉଠାଉଛନ୍ତି।

Advertisment

ସୂଚନା ମୁତାବକ, ଏହି ଚଳଚ୍ଚିତ୍ରଟି ପ୍ରଥମ ପରମାଣୁ ବୋମା ତିଆରି କରିଥିବା ବୈଜ୍ଞାନିକ ଜେ ରବର୍ଟ ଓପେନହାଇମରଙ୍କ ଜୀବନ ଉପରେ ଆଧାରିତ। ଜେ ରବର୍ଟ ଓପେନହାଇମର ସବୁବେ‌ଳେ ଗୀତା ପଢ଼ୁଥିଲେ। କିନ୍ତୁ ଫିଲ୍ମରେ ଓପେନହାଇମର ଅନ୍ତରଙ୍ଗ ଦୃଶ୍ୟ ସମୟରେ ଗୀତା ପଢ଼ୁଥିବା ଦେଖାଯାଇଛି, ଯାହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଛି।

ଫିଲ୍ମରେ ଦେଖିବାକୁ ମିଳିଛି ଯେ, ଓପେନହାଇମରଙ୍କ ଚରିତ୍ରରେ ନଜର ଆସୁଥିବା ଲୋକପ୍ରିୟ ଅଭିନେତା କିଲିୟନ ମର୍ଫି ନିଜ ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଗୀତା ପଢ଼ୁଛନ୍ତି। ଏଭଳି ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଗୀତା ପଢ଼ୁଥିବାର ଦୃଶ୍ୟ ରଖିଥିବାରୁ ଲୋକେ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏହି ଦୃଶ୍ୟକୁ ନହଟାଇ ଭାରତରେ ରିଲିଜ୍ କରିବାର ଅନୁମତି ଦେଇଥିବାର ଅନେକ ଲୋକ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)କୁ ମଧ୍ୟ ସମାଲୋଚନା କରୁଛନ୍ତି।