ବଲିଉଡ୍‌ର କେଉଁ କେଉଁ ସେଲିବ୍ରିଟିଙ୍କୁ ସର୍ଚ୍ଚ କରିବା ବିପଦପୂର୍ଣ୍ଣ  ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣ ଇଲିୟାନା ଡିକ୍ରୋଜର ଫ୍ୟାନ୍‌ ଓ ଇଣ୍ଟରନେଟରେ ତାଙ୍କ ସମ୍ବନ୍ଧୀୟ କିଛି ସର୍ଚ୍ଚ କରୁଛନ୍ତି, ତେବେ ସବଧାନ ହୋଇ ଯାଆନ୍ତୁ କାରଣ ଇଲିୟାନା ସହିତ ଜଡ଼ିତ କୌଣସି ବି ବିଷୟରେ ସର୍ଚ୍ଚ କରିଲେ ଆପଣଙ୍କ ସାମ୍ନାରେ ଏକ ବଡ଼ ବିପଦ ଆସିପାରେ । ଆମେରିକାର ସାଇବର ସିକ୍ୟୁରିଟି କମ୍ପାନି McAfee  ନିକଟରେ ସମଗ୍ର ଦୁନିଆରେ ଏମିତି ସେଲିବ୍ରିଟିଙ୍କ ତାଲିକା ଜାରି କରିଛି, ଯାହାକୁ ସର୍ଚ୍ଚ କରିବା ବିପଦପୂର୍ଣ୍ଣ ହୋଇପାରେ ବୋଲି ରିପୋର୍ଟ ଦେଇଛି।

କମ୍ପାନି ହଲିବୁଡ ଓ ବଲିଉଡ୍‌ ସେଲିବ୍ରିଟିଜଙ୍କ ଅଲଗା ଅଲଗା ତିଲିକା ଜାରି କରିଛି। ହଲିଉଡ୍‌ର ସବୁଠାରୁ ବିପଦପୂର୍ଣ୍ଣ ସେଲିବ୍ରିଟିଙ୍କ ତାଲିକାରେ ରୁବି ରୋଜଙ୍କ ନାମ ଶୀର୍ଷରେ ରହିଛି, ସେହିପରି ବଲିଉଡ୍‌ରେ ଅଭିନେତ୍ରୀ ଏଲିୟାନା ଡିକ୍ରୁଜଙ୍କ ନାମ ସାମିଲ ରହିଛି।

McAfee ମୁତାବକ, ଇଲିୟାନଙ୍କ ସମ୍ବନ୍ଧିତ କିଛି ବି ସର୍ଚ୍ଚ କରିବା ଦ୍ୱାରା ବ୍ୟବହାରକାରୀ ମଲେଓ୍ଵର ସାଇଟ୍‌ ସହିତ ଯୋଡ଼ି ହୋଇ ଯାଇଥାଆନ୍ତି। ଯାହାକି ବିପଦପୂର୍ଣ୍ଣ ରହିଛି।  ଏହି ତାଲିକାର ଦ୍ୱିତୀୟ ନମ୍ବରରେ ପ୍ରତି ଜିଣ୍ଟା ଓ ତୃତୀୟ ନମ୍ବରେ ତବୁଙ୍କ ନାମ ରହିଛି।  ଆଶ୍ଚର୍ଯ୍ୟର କଥା ହେଉଛି ଚଳିତ ବର୍ଷ ତିନିଟି ସ୍ଥାନରେ ଅଭିନେତ୍ରୀଙ୍କ ନାମ ରହିଛି। ୨୦୧୭ ତାଲିକାରେ ଏହି ତିନିଟି ସ୍ଥାନରେ ତିନିଜଣ ଅଭିନେତାଙ୍କ ନାମ ଥିଲା। ଚଳିତ ବର୍ଷ ଏହି ତାଲିକାରେ ଅଭିନେତା ଅକ୍ଷୟ କୁମାର , ଋଷି କପୁର ଓ ଗୋବିନ୍ଦାଙ୍କ ନାମ ସାମିଲ ରହିଛି।

ସମ୍ବନ୍ଧିତ ଖବର