ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ବିଦ୍ୟା ବଲାନ୍‌

ମୁମ୍ବାଇ : ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ଏକ ସିନେମା ଖୁବ୍‌ ଶୀଘ୍ର ନିର୍ମିତ ହେବ ବୋଲି ଜଣାଯାଇଛି । ସବୁଠୁଁ ବଡ଼ କଥା ହେଲା ଯେ ଏଥିରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବେ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ବିଦ୍ୟା ବାଲନ୍‌ ।
ଏହି ବାୟୋପିକ୍‌ ସିନେମାର କଥାବସ୍ତୁ ଏକ ପୁସ୍ତକ ଉପରେ ଆଧାରିତ । ଏହି ପୁସ୍ତକଟି ହେଲା- ସାଗରିକା ଘୋଷଙ୍କ ରଚିତ ‘ ଇନ୍ଦିରା : ଇଣ୍ଡିଆସ୍‌ ମୋଷ୍ଟ ପାଓ୍ଵାରଫୁଲ୍‌ ପିଏମ୍‌’ । ଲେଖିକା ସାଗରିକା ଘୋଷ୍‌ ତାଙ୍କ ବହି ଉପରେ ପର୍ଯ୍ୟବେସିତ ଏକ ସିନେମା ନିର୍ମିତ ହେଉଛି ଓ ସେଥିରେ ବିଦ୍ୟା ବଲାନ୍‌ ଅଭିନୟ କରୁଛନ୍ତି ବୋଲି ଟ୍ୟୁଟର ଜରିଆରେ ସୂଚନା ଦେଇଛନ୍ତି ।

ସାଗରିକା ସୂଚନା ଦେଇଛନ୍ତି ଯେ ତାଙ୍କର ଏହି ପୁସ୍ତକ ପାଇଁ ସେ ରୟ କପୁର ପ୍ରଡକ୍ସନ୍‌ ଓ ବିଦ୍ୟା ବାଲନଙ୍କ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି । ଏହି ସିନେମା ରୟ କପୁର ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବ ଏବଂ ବିଦ୍ୟା ବାଲାନଙ୍କ ସ୍ୱାମୀ ସିଦ୍ଧାର୍ଥ ରୟ କପୁର ଏହାର ପ୍ରଯୋଜନା କରିବେ । ବିଦ୍ୟା ବଲାନ୍‌ ପ୍ରଥମ ଥର ପାଇଁ ସ୍ୱାମୀଙ୍କ ପ୍ରଯୋଜିତ ସିନେମାରେ କାମ କରିବେ ବୋଲି ଜଣାଯାଇଛି ।

photo–ndtv

ସାଗରିକାଙ୍କ ଏହି ପୁସ୍ତକ ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷିତ ହୋଇଥିବା ସମୟର କାହାଣୀ ଉପରେ ଆଧାରିତ । ଜରୁରୀ ପରିସ୍ଥିତିର କାରଣ, ଇନ୍ଦିରାଙ୍କ ଅସଫଳ ବୈବାହିକ ଜୀବନ ଓ ପୁଅ ସଞ୍ଜୟ ଗାନ୍ଧୀଙ୍କ ସହିତ ତାଙ୍କର ସଂପର୍କକୁ ନେଇ ଏହାର କାହାଣୀ ଗତିଶୀଳ ହେବ ବୋଲି ସେ କହିଛନ୍ତି ।
ତେବେ ବିଦ୍ୟା ବାଲନ୍‌ ପ୍ରଥମ ଅଭିନେତ୍ରୀ ନୁହଁନ୍ତି ଯିଏ ପରଦାରେ ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ର ନିଭାଇବେ । ପୂର୍ବରୁ ୨୦୧୪ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ ଯଶବନ୍ତ ରାଓ ଚୌହ୍ଵାନ’ ଓ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ ଇନ୍ଦୁ ସରକାର’ ରେ ଅନ୍ୟ ଅଭିନେତ୍ରୀ ଏହି ଭୂମିକା ନିଭାଇବାରେ ସୁଯୋଗ ପାଇଛନ୍ତି ।

ସମ୍ବନ୍ଧିତ ଖବର