ଇଣ୍ଡୋନେସିଆର ୟୁ-ଟ୍ୟୁବର ବିନା ଫେନ୍‌ ପୁଣି ବଲିଉଡ୍‌ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ଏଥର ଶାହରୁଖ୍‌ ଖାନ୍‌ ଓ କାଜୋଲ୍‌ଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲ୍‌ହନିୟା ଲେ ଜାଏଁଗେ’ର ‘ଜରା ସା ଝୁମ୍‌ ଲୁଁ ମେଁ...ଗୀତକୁ ରିକ୍ରିଏଟ୍‌ କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଶାହରୁଖ୍‌ ଖାନ୍‌ ଏହାକୁ ରି-ଟ୍ବିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି।

Advertisment

ଏହାକୁ ଦେଖିବା ପରେ ଶାହରୁଖ୍‌ଙ୍କ ପ୍ରଶଂସକ ପ୍ରଶଂସା କରିଛନ୍ତି। ଭିଡିଓଟିକୁ ଏ ପର୍ଯ୍ୟନ୍ତ ୩ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ବିନା ଓ ତାଙ୍କ ସହଯୋଗୀ କେବଳ ଶାହରୁଖ୍‌ ଓ କାଜୋଲ୍‌ଙ୍କ ଭଳି ଅଭିନୟ କରିନାହାନ୍ତି ବରଂ ‌ସୁଟିଂ ସ୍ଥାନ ବି ଠିକ୍‌ ସେହିଭଳି ରହିଛି।