ନୂଆଦିଲ୍ଲୀ: ଲୋକପ୍ରିୟ ଫ୍ୟାଶନ ଇନଫ୍ଲୁଏନ୍ସର ଇନଶା ଘାଇ କାଲରାଙ୍କ ସ୍ୱାମୀ ଅଙ୍କିତ କାଲରାଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ସେ ଏହି କଥା ଘୋଷଣ କରି ପୂରା ସୋସିଆଲ ମିଡିଆ ସମ୍ପ୍ରଦାୟକୁ ଚକିତ କରିଦେଇଛନ୍ତି। ଅଙ୍କିତଙ୍କୁ ମାତ୍ର ୨୯ ବର୍ଷ ହୋଇଥିଲା। ଇନଶା ଇନଷ୍ଟାଗ୍ରାମରେ ଏହି ଭୟଙ୍କର ଖବର ଘୋଷଣା କରି ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ଚକିତ କରିଦେଇଥିଲେ।
ଏକ ଭାବପ୍ରବଣ ପୋଷ୍ଟରେ, ଇନ୍ଶା ଘାଇ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସହିତ ଅଙ୍କିତଙ୍କ ଏକ ଚିତ୍ର ସେୟାର କରିଛନ୍ତି: "ମୋତେ ଦିନକ ପଛକ ଫେରାଇ ନିଅ। ମୁଁ ଭିନ୍ନ କାମ କରିବାକୁ ପ୍ରତିଜ୍ଞା କରୁଛି! ଦୟାକରି ଫେରି ଆସ ବେବି। ମୁଁ ତୁମକୁ ବହୁତ ମନେ ପକାଉଛି।"
ଇନଫ୍ଲୁଏନ୍ସର ଅଗଷ୍ଟ ୨୦ ତାରିଖରେ ତାଙ୍କ ସ୍ବାମୀଙ୍କ ଦେହାନ୍ତ କଥା ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ। ୨୦୨୩ ମସିହା ଫେବ୍ରୁଆରି ମାସରେ ବିବାହ କରିଥିବା ଏହି ଦମ୍ପତି ସେମାନଙ୍କର ଆକର୍ଷଣୀୟ ସୋସିଆଲ୍ ମିଡିଆ ଉପସ୍ଥିତି ପାଇଁ ସଭିଙ୍କ ପ୍ରିୟ ଥିଲେ।
ରିଲ୍ ଏବଂ ଚିତ୍ର ମାଧ୍ୟମରେ ସେମାନେ ନିଜ ନିଜର ପ୍ରେମ ପ୍ରଦର୍ଶନ କରୁଥିଲେ। ସେମାନଙ୍କର ଅନୁଗାମୀମାନେ ସମବେଦନା, ପ୍ରାର୍ଥନା ଏବଂ ସମର୍ଥନ ସହିତ କମେଣ୍ଟ୍ ବକ୍ସକୁ ପୂରା କରି ଦେଇଛନ୍ତି।
ଅନୁଗାମୀମାନେ ସେମାନଙ୍କର ରିଲ୍ ଏବଂ ଚିତ୍ର ମାଧ୍ୟମରେ ଦମ୍ପତିଙ୍କ ପ୍ରେମକୁ ଦେଖିଥିଲେ। ଏଭଳି ଏକ ଖବର ସଭିଙ୍କୁ ଚକିତ କରିଛି।
ଅଙ୍କିତ କଲରା ହେଉଛନ୍ତି ଦିଲ୍ଲୀ ଭିତ୍ତିକ ଇଣ୍ଟେରିୟର ଡିଜାଇନର୍ ତଥା ବିଲଡର। ଅଙ୍କିତଙ୍କୁ ବାରମ୍ବାର ଇନଶାଙ୍କ ସହ ମଜାଳିଆ ରିଲରେ ଦେଖାଯାଉଥିଲେ। ତାଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ହୋଇଥିଲା। ସେ ଏକ କଳା ଟି-ସାର୍ଟ ଏବଂ ଚଷମାଜରେ ନିଜର ଏକ ଚିତ୍ର ସେୟାର କରି କ୍ୟାପସନ୍ ଦେଇ ଲେଖିଛନ୍ତି, ଆପଣ ଆଜି ଯେଉଁ ସଂଗ୍ରାମ କରୁଛନ୍ତି ତାହା ଆସନ୍ତାକାଲି ପାଇଁ ଆବଶ୍ୟକ କରୁଥିବା ଶକ୍ତିକୁ ବୃଦ୍ଧି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/Untitled-114.jpg)