ମୁମ୍ବାଇ: ଆପଣ ଜାଣନ୍ତି କି କେବଳ କ୍ରିକେଟ୍ ମ୍ୟାଚ୍, ଫିଲ୍ମ କିମ୍ବା ବିଜ୍ଞାପନରୁ ନୁହେଁ ବରଂ ସେଲିବ୍ରିଟିମାନେ ସୋସିଆଲ୍ ମିଡିଆ ପୋଷ୍ଟ୍ରୁ ବି ମୋଟା ଅଙ୍କର ଅର୍ଥ ଉପାର୍ଜନ କରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ହେଉ କିମ୍ବା କ୍ରିକଟେ୍, ଏହି ଦୁଇଟି ଦିଗରେ ନିଜର ଦକ୍ଷତା ଦେଖାଉଥିବା ସେଲିବ୍ରିଟିମାନେ ସେମାନଙ୍କ ଗୋଟାଏ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରୁ କେତେ ଟଙ୍କା ରୋଜଗାର କରନ୍ତି ଜାଣିଲେ ଆପଣ ଚକିତ ହୋଇଯିବେ।
କ୍ରିକେଟ୍ ତାରକା ବିରାଟ କୋହିଲଙ୍କଠାରୁ ନେଇ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ଆଲିଆ ଭଟ୍ଟ, ପ୍ରିୟଙ୍କା ଚୋପ୍ରା, କ୍ୟାଟ୍ରିନା କୈଫ୍, ଶ୍ରଦ୍ଧା କପୁର ଆଦି ଏହି ତାଲିକାରେ ସାମିଲ୍ ଅଛନ୍ତି। ନିଜ କ୍ଷେତ୍ରରେ ଖୁବ୍ ଅଧିକ ରୋଜଗାର କରୁଥିବା ଏହି ସେଲିବ୍ରିଟିମାନେ ଇନ୍ଷ୍ଟାଗ୍ରାମ୍ରୁ ବି କିଛି କମ୍ ରୋଜଗାର କରନ୍ତି ନାହିଁ।
କ୍ରିକେଟ୍ ତାରକା ବିରାଟ କୋହଲି ଇନ୍ଷ୍ଟାଗ୍ରାମ୍ରେ ସବୁଠାରୁ ଆଗରେ। ତାଙ୍କର ୨୫୦ ମିଲିୟନ୍ ଫଲୋୟର୍ସ ଅଛନ୍ତି। ସେ ଇନ୍ଷ୍ଟାରେ ଜବରଦସ୍ତ ରୋଜଗାର କରନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିରାଟ ତାଙ୍କର ଗୋଟାଏ ଇନ୍ଷ୍ଟା ପୋଷ୍ଟ୍ ପାଇଁ ୩.୫ରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ନିଅନ୍ତି।
ସେହିପରି ବଲିଉଡ୍ର ହଲିଉଡ୍ ଅଭିନେତ୍ରୀ ସାଜିଥିବା ପ୍ରିୟଙ୍କା ଚୋପ୍ରା ତାଙ୍କର ଗୋଟାଏ ଇନ୍ଷ୍ଟା ପୋଷ୍ଟ୍ ପାଇଁ ପ୍ରା ୨ କୋଟି ଟଙ୍କା ଦାବି କରନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୮୭.୭ ମିଲିୟନ୍ ଫଲୋୟର୍ସ ଅଛନ୍ତି।
ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଇନ୍ଷ୍ଟାଗ୍ରାମ୍ରେ ୮୦.୮ ମିଲିୟନ୍ ଫଲୋୟର୍ସ ଅଛନ୍ତି। ସେ ତାଙ୍କର ଗୋଟାଏ ଇନ୍ଷ୍ଟା ପୋଷ୍ଟ୍ ପାଇଁ ପ୍ରାୟ ୧.୫ କୋଟି ଟଙ୍କା ଦାବି କରନ୍ତି। ଆଲିଆଙ୍କର ଇନ୍ଷ୍ଟାରେ ୭୭.୪ ମିଲିୟନ୍ ଫଲୋୟର୍ସ ଥିବା ବେଳେ ସେ ଦାବି କରନ୍ତ ଗୋଟାଏ ପୋଷ୍ଟ୍ ପାଇଁ ପ୍ରାୟ ୧.୫ ରୁ ୨ କୋଟି ମଧ୍ୟରେ। ଦୀପିକା ପାଦୁକୋନ ତାଙ୍କର ଗୋଟାଏ ଇନ୍ଷ୍ଟା ପୋଷ୍ଟ୍ ପାଇଁ ୨ କୋଟି ଟଙ୍କା ଦାବି କରୁଥିବା ବେଳେ ତାଙ୍କର ଫଲୋୟର୍ସ ଅଛନ୍ତି ୭୪.୧ ମିଲିୟନ୍। କ୍ୟାଟ୍ରିନାଙ୍କର ଇନ୍ଷ୍ଟା ଫଲୋୟର୍ସ ୭୨.୮ ମିଲିୟନ୍ ଥବା ବେଳେ ସେ ବି ପ୍ରାୟ ୨ କୋଟି ଟଙ୍କା ନେଇଥାନ୍ତି ଗୋଟାଏ ପୋଷ୍ଟ୍ କରିବାକୁ।