ନୂଆ ବର୍ଷରେ ମୁକ୍ତିଲାଭ କଲା ମ୍ୟୁଜିକ୍ ଭିଡିଓ ‘ଇନ୍‌ଷ୍ଟାଗ୍ରାମ୍ କୁଇନ୍’

ଅଭିନେତା ଆୟୁଷ ଓ ଅଭିନେତ୍ରୀ ପ୍ରଜ୍ଞା; ନୂଆବର୍ଷରେ ଏହି ନବାଗତ ଯୋଡ଼ି ‘ଇନଷ୍ଟାଗ୍ରାମ୍ କୁଇନ୍’ ଶୀର୍ଷକ ଏକ ମ୍ୟୁଜିକ୍ ଭିଡିଓରେ ଦେଖିବାକୁ ମିଳିଛନ୍ତି। ଏଥିରେ ଗୀତଟିର ମୁଖୁଡ଼ା ଲାଇନ୍ ରହିଛି ‘ଟେକା ମାରି ଝଡ଼େଇଦେବି ଜହ୍ନ ଲୋ’। ଏ.ଜେ ମ୍ୟୁଜି୍‌କ ଓଡ଼ିଆ ନିବେଦିତ ଏହି ଭିଡିଓ ନୂଆ ବର୍ଷରେ ମୁକ୍ତିଲାଭ କରିଛି, ଗୀତଦୃଶ୍ୟର ନିର୍ଦ୍ଦେଶକ ହେଉଛନ୍ତି ମିଥୁନ ଓ ତାଙ୍କ ଟିମ୍‌। ସୂର୍ଯ୍ୟ ମହାପାତ୍ର ଲେଖିଥିବା ଏହି ଗୀତଟିର ସ୍ବର ସଂଯୋଜନା କରିଛନ୍ତି ବୈଭବ। ଏହି ଗୀତରେ କଣ୍ଠଦାନ କରିଛନ୍ତି ବୈଭବ ଓ ଶୀତଲ କବି। ଗୀତର ସଙ୍ଗୀତ ପରିଚାଳନା କରିଛନ୍ତି ଦୁର୍ଗା। ଏହି ମ୍ୟୁଜିକ୍ ଭିଡିଓର ପ୍ରଯୋଜନା କରିଛନ୍ତି ଅଜୟ କୁମାର ଜେନା ଏବଂ ପୋଷ୍ଟର ପରିକଳ୍ପନା କରିଛନ୍ତି ନନ୍ଦନ ଗୋସ୍ବାମୀ।

ସମ୍ବନ୍ଧିତ ଖବର