ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ ସମ୍ମାନୀତ ହେଲେ ଦେଶୀ ଗର୍ଲ ପ୍ରିୟଙ୍କା, କାରଣ ଜାଣନ୍ତୁ

ମୁମ୍ବାଇ: ବଲିଉଡ଼୍‍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଇତିମଧ୍ୟରେ ଇଣ୍ଟରନେସ୍‌ନାଲ୍‌ ଫେସ୍‌ ବନିସାରିଛନ୍ତି। କାରଣ ସେ ବଲିଉଡ଼୍‍ ବ୍ୟତୀତ ହଲିଉଡ଼୍‍ରେ ବି ସକ୍ରିୟ ଅଛନ୍ତି। ତାଙ୍କ ଅଭିନୀତ ହଲିଉଡ଼୍‍ ପ୍ରୋଜେକ୍ଟ୍‌ ‘କ୍ୱାଣ୍ଟିକୋ’ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପ୍ରିୟଙ୍କା।ଏବେ ବି ସେ ହଲିଉଡ଼୍‍ରେ ଦମ୍‌ଦାର୍‌ ରୋଲ୍‌ ପାଉଥିବା ହେତୁ ତାଙ୍କର ସଫଳତା ଆକାଶ ଛୁଆଁ ବୋଲି କୁହାଯାଉଛି।

ଏବେ ପ୍ରିୟଙ୍କା ଚୋପ୍ରାଙ୍କର ସୋସିଆଲ୍‌ ମିଡ଼ିଆରେ ବି ଲୋକପ୍ରିୟତା ଆଖି ଖୋସିବା ଭଳି।ଇନ୍‌ଷ୍ଟାଗ୍ରାମରେ ତାଙ୍କର ଫଲୋଅର୍‌ଙ୍କ ସଂଖ୍ୟା ୨୦ ମିଲିଅନ।ଏଥିପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ ଆଓ୍ଵାର୍ଡ଼ ମଧ୍ୟ ଦିଆଯାଇଛି। ଏହାର ସୂଚନା ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ଅପଲୋଡ଼୍‍ କରି ଦେଇଛନ୍ତି। ସେ ନିଜରପ୍ରତିକ୍ରିୟାରେ ଲେଖିଛନ୍ତି-‘ମୋତେ ଏହି ମାଇଲ ଷ୍ଟୋନ୍‌ ଅତିକ୍ରମ କରିବାର ସୂଚନା ଦେଇଥିବାରୁ ଧନ୍ୟବାଦ@Instagram।’ ସେ ନିଜର ପ୍ରିୟ ପ୍ରଶଂସକମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

photo-amarujala

ଏଠାରେ ସୂଚନା ଯୋଗ୍ୟ ଯେ,ପ୍ରିୟଙ୍କା ଚୋପ୍ରା ସେହି ହାତଗଣତି ନାୟିକାଙ୍କ ମଧ୍ୟରେ ଅଛନ୍ତି,ଯିଏ କି ସୋସିଆଲ୍‌ ନେଟ୍‌ଓ୍ଵାର୍କିଂ ସାଇଟ୍‌ସରେ ଖୁବ୍‌ ସକ୍ରିୟ।ପ୍ରିୟଙ୍କା ଅଧିକାଂଶ ସମୟରେ ଇନ୍‌ଷ୍ଟାଗ୍ରାମରେ ନିଜର ପରିବାର,ସାଙ୍ଗସାଥୀ ଓ ନିଜର ଫିଲ୍ମ ସଂପର୍କୀତ ଫଟୋ ଅପଲୋଡ଼୍‍ କରିଥା’ନ୍ତି।
ପ୍ରିୟଙ୍କା ଚୋପ୍ରା କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି, ବରଂ ସେ ଜଣେ ଗାୟିକା ଓ ପ୍ରଯୋଜିକା ମଧ୍ୟ।ସେ ଗୋଟିଏ ରାଷ୍ଟ୍ରୀୟ ପୁରସ୍କାର ସହିତ ପାଞ୍ଚଟି ଫିଲ୍ମଫେଆର୍‌ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ଉପାଧି ମଧ୍ୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର