ନୂଆଦିଲ୍ଲୀ: ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଶୋଲେ' ରିଲିଜ୍ ହେବାର ୪୯ ବର୍ଷ ପୂରଣ ହୋଇଛି । ଏହି ଅବସରରେ, ଆମେ ଆପଣଙ୍କୁ ଫିଲ୍ମ 'ଶୋଲେ' ସହ ଜଡିତ କିଛି ରୋଚକ କଥା କହିବୁ | ବଲିଉଡର ବରିଷ୍ଠ ଅଭିନେତ୍ରୀ ତଥା ବିଗ୍ ବି ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ଜୟା ବଚ୍ଚନଙ୍କୁ କିଏ ବା ନ ଜାଣେ!ତେବେ ଅଭିନେତ୍ରୀ ଜୟା ଯେତେବେଳେ ଫିଲ୍ମ ‘ଶୋଲେ’ର ସୁଟିଂ କରୁଥିଲେ,ସେତେବେଳେ ସେ ମା’ ହେବାକୁ ଯାଉଛନ୍ତି ବୋଲି ଜାଣିବାକୁ ପାଇଲେ। ତଥାପି ଜୟା ତାଙ୍କ ସୁଟିଂ କାର୍ଯ୍ୟକ୍ରମରେ ବ୍ରେକ୍ ନ ଲଗାଇ ନିଜର ଅଭିନୟକୁ ଭଲଭାବେ ତୁଲାଇଥିଲେ।
ସେହିପରି ଶୋଲେ ସିନେମାରେ ଖଳନାୟକ ଭୂମିକାରେ ଅମଜାଦ ଖାନଙ୍କ ପୂର୍ବରୁ ନିର୍ମାତାମାନେ ଡ୍ୟାନି ଡେନଜୋଙ୍ଗପାଙ୍କୁ ପ୍ରଥମେ ଅଫର ଦେଇଥିଲେ | କିନ୍ତୁ ସେ ମନା କରିଦେଇଥିଲେ।
ଅମଜାଦ ଖାନ 'ଶୋଲେ'ରେ ଗବର ଭୂମିକା ପାଇଁ ପ୍ରଥମ ପସନ୍ଦ ନଥିଲେ ତେଣୁ ନିର୍ମାତାମାନେ ଏଥିପାଇଁ ଡ୍ୟାନି ଡେନଜୋଙ୍ଗପାଙ୍କୁ ଅଫର ଦେଇଥିଲେ | ସଲିମ-ଜାଭେଦ୍ ଯୋଡ଼ି ଡ୍ୟାନିଙ୍କୁ ଧ୍ୟାନରେ ରଖି ଗବର ଚରିତ୍ର ପାଇଁ ସଂଳାପ ଲେଖିଥିଲେ | ସେତେବେଳେ ଡାନିଙ୍କୁ ୨୬ ବର୍ଷ ବୟସ ହୋଇଥିଲା ଏବଂ ସେ 'ଇଶାରା', 'ମେରେ ଅପ୍ନେ' ଏବଂ 'ଧୁନ୍ଦ' ଭଳି ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ସେ ଚଳଚ୍ଚିତ୍ର 'ଧର୍ମାତ୍ମା' ପାଇଁ ଅଭିନୟ କରୁଥିବାରୁ ଗବର ଭୂମିକାରେ ଅଭିନୟ କରିପାରିବେ ନାହିଁ ବୋଲି ମନା କରି ଦେଇଥିଲେ | ତେବେ ଦୁର୍ଭାଗ୍ୟର କଥା ଯେ ଗବର ଭୂମିକାରେ ତ ସେ ଅଭିନୟ କରିପାରିନଥିଲେ, ଧର୍ମାତ୍ମା ଫିଲ୍ମର ଅନେକ ଦୃଶ୍ୟରୁ ବି ତାଙ୍କୁ ବାଦ ଦିଆଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/where-was-movie-sholay-shot.jpg)