ମୁମ୍ବାଇ: ଚଳଚ୍ଚିତ୍ରରେ ପ୍ରଦର୍ଶିତ ହେଉଥିବା କେଉଁ ନାୟକ-ନାୟିକାଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଦେଖିବା ପରେ ଏମିତି ଲାଗେନି କି ଯେମିତି ସତରେ ସେମାନେ ଦମ୍ପତି? ଯଦିଓ ଆମେ ସମସ୍ତେ ଜାଣନ୍ତି ବୃତ୍ତିଗତ ଜୀବନ ଓ ବ୍ୟକ୍ତିଗତ ଜୀବନ ଏକ ସମାନ୍ତରାଳ ରେଖା। ଯାହା ସବୁ ସିନେମାରେ ଦିଶେ ବାସ୍ତବରେ ସେପରି ହୋଇନଥାଏ। ମାତ୍ର ଏକଥା ଶହେ ପ୍ରତିଶତ ଠିକ୍ ନୁହେଁ। ଆବଶ୍ୟ ଏହା କହିପାରନ୍ତି ଯେ ସିନେମାରେ ପ୍ରଦର୍ଶିତ ହେଉଥିବା ପ୍ରେମ, ଆକର୍ଷଣ ବାସ୍ତବ ଜୀବନରେ କାହା କାହାକୁ ପ୍ରଭାବିତ କରିଥାଏ ତ ଆହୁରି କାହାକୁ କରିପାରି ନଥାଏ। ମାତ୍ର ସିନେମାରେ ପ୍ରଦର୍ଶିତ ହେଉଥିବା ଆଲିଙ୍ଗନ, ଚୁମ୍ବନ ମିିଛ ନୁହେଁ। ତେବେ, କଥା ଉଠୁଛି ଚଳଚ୍ଚିତ୍ରକୁ ଜୀବନ୍ତ କରିବା ପାଇଁ ନାୟକ-ନାୟିକାମାନେ ଯେଉଁ କିଛି ସମୟ ପାଇଁ ପରସ୍ପରର ନିକଟତର ହୁଅନ୍ତୁ କ’ଣ ସାମନ୍ୟ ବି ଆକର୍ଷିତ ହୁଅନ୍ତିନି ପରସ୍ପର ପ୍ରତି। ହଁ, ହୁଅନ୍ତି। ଏମିତି କିଛି କଥା ଆଜି ଆମେ ଆପଣଙ୍କୁ ଜଣାଇବୁ।
/sambad/media/post_attachments/wp-content/uploads/2018/01/1-vinod-300x200.jpg)
ହ୍ୟାଣ୍ଡ୍ସମ୍ ଅଭିନେତା ବିନୋଦ୍ ଖାନା ଏବଂ ସୁନ୍ଦରୀ ମାଧୁରୀ ଦିକ୍ଷିତଙ୍କ ଭିତରେ ଘଟିଥିଲା ଏମିତି କିଛି। ସେତେବେଳେ ‘ଦୟାବାନ୍’ ଚଳଚ୍ଚିତ୍ର ସୁଟିଂ ଚାଲିଥାଏ। ଏକ ଦୃଶ୍ୟରେ ବିନୋଦ୍ ମାଧୁରୀଙ୍କୁ ଚୁମ୍ବନ ଦେଉଥିବାର ସୁଟିଂ ଚାଲିଥାଏ। ବିନୋଦ ଏପରି ଏକ ଅନ୍ତରଙ୍ଗ ମୁହୂର୍ତ୍ତରେ ନିଜ ଉପରୁ ଆୟତ୍ତ ହରାଇ ବସିଲେ ଏବଂ ମାଧୁରୀଙ୍କୁ ଓଠକୁ ଖଣ୍ଡିଆ କରି ପକାଇଥିଲେ।
/sambad/media/post_attachments/wp-content/uploads/2018/01/maxresdefault-1-300x173.jpg)
ସେଇ ଗୋଟାଏ ଚଳଚ୍ଚିତ୍ରରେ ସରି ନଥିଲା ବିନୋଦଙ୍କ କାହାଣୀ। ‘ପ୍ରେମ ଧରମ’ ସିନେମା ସୁଟିଂ ସମୟରେ ବିନୋଦ ପୁଣି ଥରେ ନିଜର ହୋସ୍ ହଜେଇ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଡିମ୍ପଲ କପାଡିଆଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରୁଥିବା ବେଳେ ଅଣଆୟତ୍ତ ହୋଇଯାଇଥିଲେ। ସେ ସେହି ଦୃଶ୍ୟରେ ଡିମ୍ପଲଙ୍କୁ ପାଗଳଙ୍କ ପରି ଆଲିଙ୍ଗନ ଓ ଚୁମ୍ବନ କରିବାରେ ଲାଗିଥିଲେ, ଯଦିଓ ନିର୍ଦ୍ଦେଶକ ମହେଶ ଭଟ୍ଟ ଅନେକ ସମୟ ପୂର୍ବରୁ କଟ୍ ବୋଲି କହି ସାରିଥିଲେ।
/sambad/media/post_attachments/wp-content/uploads/2018/01/actress-faryal-2_14912864-300x261.jpg)
‘ଗୋଲ୍ଡ ମେଡାଲ୍’ ଚଳଚ୍ଚିତ୍ର ସୁଟିଂ ଚାଲିଥାଏ। ଅଭିନେତା ପ୍ରେମ ନାଥ ଅଭିନେତ୍ରୀ ଟିଜେଜ୍ ଫରିଆଲଙ୍କ ସହ ଏକ ଅନ୍ତରଙ୍ଗ ଦୃଶ୍ୟ ପାଇଁ ଟେକ୍ ଦେଉଥାନ୍ତି। ସୁଟିଂ ସରିବା ପରେ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଫରିଆଲ୍ଙ୍କ ଉପରେ ବଳପୂର୍ବକ ଶୋଇ ରହିଥାନ୍ତି। ଅଭିନେତ୍ରୀ ସାହାଯ୍ୟ ମାଗିଥିଲେ ବି ଅନ୍ୟ ସମସ୍ତ କ୍ରିୟୁ ମେମ୍ବର ସାହାଯ୍ୟ ନକରି ଚାଲିଥିବା ଡ୍ରାମାକୁ ଉପଭୋଗ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।
/sambad/media/post_attachments/wp-content/uploads/2018/01/maxresdefault-2-300x169.jpg)
‘ପ୍ରେମ ପତିଜ୍ଞା’ ଚଳଚ୍ଚିତ୍ରରେ ଅଭିନେତା ରଞ୍ଜିତ ଅଭିନେତ୍ରୀ ମାଧୁରୀଙ୍କୁ ଦୁଷ୍କର୍ମ କରିବାର ଏକ ଦୃଶ୍ୟ ରହିଥାଏ। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ରଞ୍ଜିତ ଚଳଚ୍ଚିତ୍ର ସୁଟିଂ ଚାଲିଛି ବୋଲି ଭୁଲିଯାଇ ସତକୁ ସତ ମାଧୁରୀଙ୍କୁ ଦୁଷ୍କର୍ମ କରିବାକୁ ବାହାରି ପଡ଼ିଥିଲେ।
/sambad/media/post_attachments/wp-content/uploads/2018/01/dalipjaya-300x195.jpg)
ସେହିପରି ଦଲିପ୍ ତହିଲ୍ଙ୍କର ସୁନ୍ଦରୀ ଜୟପ୍ରଦାଙ୍କ ସହ ଏକ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ ଚାଲିଥାଏ। ସେ ନିଜର ହୋସ୍ ହରାଇ ବସିବାରୁ ଜୟପ୍ରଦା ଏକ ଥାପଡ଼ ମାରି ଦଲିପ୍ଙ୍କୁ ବାସ୍ତବ ଏବଂ ଚଳଚ୍ଚିତ୍ର ଦୁନିଆ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଥିଲେ।
/sambad/media/post_attachments/wp-content/uploads/2018/01/gentleman-story_647_082417111227-300x187.jpg)
‘ଏ ଜେଣ୍ଟେଲ୍ମ୍ୟାନ୍’ ସୁଟିଂ ସମୟରେ ଜାକ୍ଲିନ୍ ପର୍ଣ୍ଣାଣ୍ଡିସ୍ ଏବଂ ସିଦ୍ଧାର୍ଥ ମଲହୋତ୍ରା ଟେକ୍ ଦଉ ଦଉ ନିଜ ଉପରୁ ଆୟତ୍ତ ହରାଇ ବସିଥିଲେ। ସେ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରଙ୍କୁ ଆଲିଙ୍ଗନ ଓ ଚୁମ୍ବନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/6-jacqueline.jpg)