ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ର ନାୟିକା ଅଙ୍କିତା ଲୋଖାଣ୍ଡେ ସେତେବେଳେ ନିଜ ବିପକ୍ଷର ନାୟକ ସୁଶାନ୍ତ ସିଂହ ରାଜପୁତଙ୍କ ସହ ପରଦାରୁ ବାସ୍ତବ ପ୍ରେମରେ ନିବିଡ଼ ହେଇଥିଲେ। କୌଣସି କାରଣରୁ ସୁଶାନ୍ତ ଟେଲି ସିରିଏଲରୁ ସିନେମା ଜଗତକୁ ପାଦ ବଢ଼େଇଥିଲେ। ପରେ ଶୁଣିବାକୁ ମିଳିଲା ଯେ ଉଭୟଙ୍କ ଭିତରେ ବିଚ୍ଛେଦ ହେଇଯାଇଛି। ସତକୁସତ ସୁଶାନ୍ତ ଅଙ୍କିତାଙ୍କଠାରୁ ଦୂରେଇ ଯାଇଥିଲେ।

Advertisment

ଏହାପରେ ଅଙ୍କିତା ଯାହାଙ୍କ ପ୍ରେମ ବନ୍ଧନରେ ଆବଦ୍ଧ ହେଲେ ସେ ହେଉଛନ୍ତି ଭିକ୍କି ଜୈନ୍। କିନ୍ତୁ ଅଙ୍କିତା ଭିକ୍କିଙ୍କୁ ଜୀବନସାଥୀ କରିବେ ବୋଲି କେବେହେଲେ ସର୍ବସାଧାରଣରେ କି ଗଣମାଧ୍ୟମ ଆଗରେ ପ୍ରକାଶ କରି ନ ଥିଲେ। ଏବେ ସେ ଖୋଲାଖୋଲି ଭାବେ ଭିକ୍କିଙ୍କ ପ୍ରେମିକା ଏବଂ ଭାବୀପତ୍ନୀ ବୋଲି ଜଣେଇ ଦେଇଛନ୍ତି। କାରଣ ଅଙ୍କିତା ସୋସିଆଲ୍ ମିଡିଆରେ ଭିକ୍କିଙ୍କ ସହ ଯେଭଳି ଅନ୍ତରଙ୍ଗ ଚୁମ୍ବନ ଦୃଶ୍ୟ ଦେଖାଇଛନ୍ତି, ତାହା ଦେଖିଲେ ଦେହ ଶୀତେଇ ଉଠୁଛି। ଏହି ଫଟୋଟି ସେ ଦିୱାଲୀ ପାର୍ଟି ଚାଲିଥିବା ଏକ ମଲ୍ ଭିତରେ ଉଠାଇଛନ୍ତି ବୋଲି ଜଣାପଡ଼ିଛି।