‘ସଲମାନ୍‌ ମୋ ସ୍ୱାମୀ’: ଏପରି କହି ସଲମାନ୍‌ଙ୍କ ଘରେ ହଙ୍ଗାମା କଲେ ମହିଳା

ମୁମ୍ବାଇ: ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେ ଏ ପର୍ଯ୍ୟନ୍ତ ମଧ୍ୟ ନିଜର ଜୀବନସାଥୀ ଖୋଜି ପାଇ ନାହାନ୍ତି । ବହୁ ବଲିଉଡ୍‌ କଳାକାର ଅବିବାହିତ ଥିଲେ ମଧ୍ୟ ସଲମାନଙ୍କ ବିବାହକୁ  ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । କିଛି ଦିନ ତଳେ ସେ ତାଙ୍କ ଭିଣୋଇଙ୍କ ପ୍ରଥମ ଫିଲ୍ମ ‘ଲଭ୍‌ରାତ୍ରୀ’ ପାଇଁ ହିରୋଇନ୍‌ ବାଛିଥିଲେ । କିନ୍ତୁ ଏ ଖବରକୁ ତାଙ୍କୁ ଝିଅ ମିଳିଗଲା କହି ସେ ପ୍ରଚାର କରିବା ପରେ ତାଙ୍କ ପ୍ରଶଂସକମାନେ ଶେଷରେ ଦବଙ୍ଗ ଖାନ୍‌ଙ୍କୁ ଝିଅ ମିଳିଗଲା ଭାବି କେବେ ବିବାହ କରୁଛନ୍ତି ବୋଲି ପଚାରିଥିଲେ । କିନ୍ତୁ ସଲମାନ ସମସ୍ତଙ୍କ ଆକଳନକୁ ଭୁଲ୍‌ ପ୍ରମାଣିତ କରି ତାଙ୍କ ଭିଣୋଇଙ୍କ ଫିଲ୍ମ ପାଇଁ ଝିଅ ମିଳିଗଲା ବୋଲି ଲେଖି  ଟ୍ଵିଟ୍‌ କରିଥିଲେ । ଏହି ଖବର ଶୁଣିବା ପରେ ସମସ୍ତଙ୍କ ମନ ଭାଙ୍ଗି ଯାଇଥିଲା । ତେବେ ଏବେ ସେଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ।

ମିଳିଥିବା ଖବର ଅନୁଯାୟୀ, ନିକଟରେ ଜଣେ ଅଜଣା ମହିଳା ସଲମାନଙ୍କ ଘରକୁ ଯାଇ ସଲମାନ ମୋ ସ୍ୱାମୀ ବୋଲି ଦାବି କରିଛନ୍ତି । ସଲମାନ ‘ରେସ୍‌-୩’ର ସୁଟିଂ କାମରେ ବାହାରେ ଥିବା ବେଳେ ମହିଳା ଜଣକ ତାଙ୍କ ଘରାକୁ ଆସି ଏପରି କହି ହଙ୍ଗାମା କରିଥିବା ଜଣା ପଡ଼ିଛି ।  ଏତେ ସୁରାକ୍ଷାକର୍ମୀ ଥିବା ସତ୍ତ୍ୱେ ମହିଳା ଜଣକ ସଲମାନଙ୍କ ଘରର ପାଚେରି ଭିତରକୁ ଯାଇ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟର କବାଟ ବାଡ଼େଇବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମହିଳାଙ୍କ ଏପରି କରିବା ପରେ ମଧ୍ୟ ସଲମାନଙ୍କ ଘର ଲୋକ ପୁଲିସକୁ ଏ ନେଇ ସୂଚନା ଦେଇ ନଥିଲେ ।

Something Haute

ପୁଲିସକୁ ଜଣାଇବା ପରିବର୍ତ୍ତେ ସଲମାନଙ୍କ ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଏହା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ମହିଳାଙ୍କୁ ଗେଟ୍‌ ବାହାରକୁ ନେଇଥିଲେ । ବାହାରକୁ ନିଆ ଯାଉଥିବା ବେଳେ ମଧ୍ୟ ମହିଳା ଜଣଙ୍କ ରାଗରେ ସଲମାନ ମୋ ସ୍ୱାମୀ ବୋଲି କହି କହି ଯାଉଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର