ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ଶିରୋମଣି ଅକାଳି ଦଳ ବିଧାୟକ ମଞ୍ଜିନ୍ଦର ସିଂହ ସିର୍ସା ଅଭିଯୋଗ ଆଣିଛନ୍ତି। କରନ ଜୋହରଙ୍କ ଘରୋଇ ପାର୍ଟିର ତଦନ୍ତ କରିବା ପାଇଁ ସେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ଏନ୍ସିବି ମୁଖ୍ୟ ରାକେଶ ଆସ୍ଥନାଙ୍କୁ ସିର୍ସା ଚିଠି ଦେଇ ଗତବର୍ଷ କରନଙ୍କ ଘରେ ହୋଇଥିବା ଡ୍ରଗ୍ସ ପାର୍ଟି ଭିଡିଓର ତଦନ୍ତ ପାଇଁ କହିଛନ୍ତି। ଦୀପିକା ପାଦୁକୋନ, ଭିକି କୌଶଲ, ମଲାଇକା ଆରୋରା, ବରୁଣ ଧାୱନ, ଅର୍ଜୁନ କପୁର, ସାହିଦ କପୁରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସେ ଚିଠିରେ ଦର୍ଶାଇଛନ୍ତି।
କରନ ଜୋହରଙ୍କ ପାର୍ଟି ଭିଡିଓର ତଦନ୍ତ ହେଉ
/sambad/media/post_attachments/wp-content/uploads/2020/09/karan-party.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)