ଦିଆସିଲି ଖୋଳ ନୁହେଁ, ଏହି ଦୁଇ ବଲିଉଡ ଅଭିନେତା-ଅଭିନେତ୍ରୀଙ୍କ ବିବାହର ନିମନ୍ତ୍ରଣ କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଲି ଫୈଜଲ ଏବଂ ରିଚା ଚଢା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ଏହି ବିବାହ ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅନ୍ୟତମ | ଅଲି ଫୈଜଲ ଏବଂ ରିଚା ଚଢା ବଲିଉଡରେ ଅନନ୍ୟ ଚରିତ୍ର ପାଇଁ ବେଶ ଜଣାଶୁଣା | ତେବେ ଏଦୁହିଁଙ୍କ ବିବାହ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ବିବାହ ଖବର ମଧ୍ୟରେ ଉଭୟଙ୍କ ବିବାହ ପାଇଁ ନିମନ୍ତ୍ରଣ କାର୍ଡର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଅଲି ଫୈଜଲ ଏବଂ ରିଚା ଚଢାଙ୍କର ଜଣେ ବନ୍ଧୁ ସେମାନଙ୍କ ବିବାହ କାର୍ଡ ଡିଜାଇନ୍ କରିଛନ୍ତି। ବିବାହ କାର୍ଡକୁ ଏକ ଦିଆସିଲି ଖୋଳ ଭଳି ଡିଜାଇନ୍ କରାଯାଇଛି |

ऋचा चड्ढा और अली फजल का Wedding Card है बेहद यूनिक, आता है माचिस की डिब्बी वाला फील

ଏଥିରେ ଅଲି ଫୈଜଲ ଏବଂ ରିଚା ଚଢା ସାଇକେଲ ଚଳାଉଥିବା ଦେଖାଯାଇଛି। ଆଉ ବଡ କଥା ଯେ ଏହି ନିମନ୍ତ୍ରଣ କାର୍ଡ ୯୦ ଦଶକର ଅନୁଭବ ଦେଉଥିବାବେଳେ ଏହା ବିବାହ କାର୍ଡର ଶୀର୍ଷରେ ଲେଖା ହୋଇଛି କପଲ ମ୍ୟାଚେସ | ଏହି ବିବାହ କାର୍ଯ୍ୟକ୍ରମ ୫ ଦିନ ଯାଏଁ ଚାଲିବାକୁ ଥିବାବେଳେ ଏକ ରିପୋର୍ଟରେ କୁହାଯାଇଛି ଯେ ପ୍ରି-ୱେଡିଙ୍ଗ ସେଲିବ୍ରେସନ ଆଗାମୀ ୩୦ ସେପ୍ଟେମ୍ବରରୁ ଆରମ୍ଭ ହେବ। ସେଠାରେ ଏହି ଉତ୍ସବ ୩ ଦିନ ପର୍ଯ୍ୟନ୍ତ ଚାଲିବ |

ଅକ୍ଟୋବର ୧ରେ ମେହେନ୍ଦୀ ଏବଂ ସଂଗୀତ ଅନୁଷ୍ଠିତ ହେବ। ଅକ୍ଟୋବର ୨ରେ ରିଚା ଓ ଅଲି ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ରିସେପ୍ସନ ଭୋଜି ଦେବେ | ତେବେ ବିବାହ କାର୍ଡରେ ଥିବା ଅଧିକାଂଶ ବିବରଣୀ ଲୁଚି ରହିଛି।

ସମ୍ବନ୍ଧିତ ଖବର