ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଫଟୋରେ ଆଇପିଏସ ବାହାର କଲେ ତ୍ରୁଟି

ନୂଆଦିଲ୍ଲୀ: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀ ଚଳିତ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି। ଅକ୍ଷୟ କୁମାର ଏକ ଫଟୋ ସହିତ ଫିଲ୍ମର ରିଲିଜ୍ ତାରିଖ ସେୟାର କରିଛନ୍ତି।

ଏଥିରେ ‘ସୂର୍ଯ୍ୟବଂଶୀ’ର ଅକ୍ଷୟ,’ ସିଙ୍ଗମ୍ ‘ର ଅଜୟ ଦେବଗନ୍ ଏବଂ’ ସିମ୍ବା ‘ର ରଣଭୀର ସିଂ ଙ୍କ ଫଟୋ ଦେଖିବାକୁ ମିଳୁଛି। ଏହି ଫଟୋ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। । ଏଥି ସହିତ ଏହି ଫଟୋକୁ ଦେଖିବା ପରେ ଆଇପିଏସ୍ ଅଧିକାରୀ ଆର.କେ ବିଜ ଏକ ବଡ ଭୁଲ ବାହାର କରିଛନ୍ତି। ଏହା ପରେ ଅକ୍ଷୟ କୁମାର ମଧ୍ୟ ଆଇପିଏସଙ୍କ ଏହି ତ୍ରୁଟିର ପ୍ରତିକ୍ରିୟା ବି ଦେଇଛନ୍ତି।

ଆଗାମୀ ଆକ୍ସନ୍-ପ୍ୟାକ୍ ଥିବା ଡ୍ରାମାର ରିଲିଜ୍ ତାରିଖ ବିଷୟରେ ଆଲୋଚନା କରି ଅକ୍ଷୟ କୁମାର ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ସାଥୀ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏହି ତିନି କଳାକାର ପୁଲିସ ପୋଷାକରେ ଅଛନ୍ତି। ରଣଭୀର ସିଂ ଏକ ଡେସ୍କରେ ବସିଥିଲେ ଏବଂ ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ରୋହିତ ଶେଟ୍ଟୀ ସେମାନଙ୍କ ପାଖରେ ଛିଡା ହୋଇଥିଲେ।

 

ବରିଷ୍ଠ ଆଇପିଏସ୍ ଅଧିକାରୀ ଆର.କେ ବିଜ ଏହି ଛବି ଦେଖି ପ୍ରତିକ୍ରିୟା ଦେଇଛନ୍ତି କି, ଏହା ଆଇନ ପବର୍ତ୍ତନ ଏଜେନ୍ସିର ମର୍ଯାଦାର ଅନୁରୂପ ନୁହେଁ। ହରିୟାଣା ଏସଏସପି ଡିଜିପି ଟ୍ୱିଟ୍ କରି କହିଛନ୍ତି ଯେ, ଇନ୍ସପେକ୍ଟର ସାହେବ ବସିଛନ୍ତି ଏବଂ ଏସପି ସାହେବ ଛିଡା ହୋଇଛନ୍ତି, ଏମିତି ହୁଏ ନାହିଁ।

ଏହା ପରେ ଅକ୍ଷୟ କୁମାର ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ପରଦା ପଛର ଫଟେ। ଫିଲ୍ମର ସୁଟିଂ ସମୟରେ ସେ ନିୟମ ଏବଂ ପ୍ରୋଟୋକଲଗୁଡିକ ପାଳନ କରିବା ଉପରେ ଯତ୍ନବାନ ଥାଆନ୍ତି। ଅଭିନେତା ଆହୁରି ଲେଖିଛନ୍ତି, ” ଆପଣ ଫିଲ୍ମଟି ଦେଖିବା ପରେ ଆପଣଙ୍କୁ ପସନ୍ଦ ଆସିବ।”

ଅକ୍ଷୟଙ୍କ ଟ୍ୱିଟ ପରେ ଆଇପିଏସ୍ ଅଧିକାରୀ ରିଟ୍ୱିଟ କରି କହିଛନ୍ତି ଯେ ସେ ଏହାକୁ ହାଲୁକା ଭାବରେ ଉଲ୍ଲେଖ କରିଥିଲେ। ଅକ୍ଷୟଙ୍କ ପ୍ରତିକ୍ରିୟାକୁ ସେ ପ୍ରଶଂସା କରିଛନ୍ତି।ପୁଲିସ ଅଧିକାରୀ କହିଛନ୍ତି ଯେ ନିଶ୍ଚିତ ଭାବରେ ଫିଲ୍ମ ଦେଖିବେ।

ସମ୍ବନ୍ଧିତ ଖବର