ଦୁଇ ନୁହେଁ ୭ ଦିନ ପାଇଁ ଆସିଥିଲେ ଅଭିନେତା ଇର୍‌ଫାନ୍‌ ଖାନ୍‌, ମନ୍ଦିରରେ ପୂଜା କରିବା ପାଇଁ ନୁହେଁ ଏହି କାମ କରିବାକୁ ଆସିଥିଲେ ଭାରତ…

ମୁମ୍ବାଇ: କର୍କଟ ରୋଗର ଶିକାର ହେବା ପରେ କିଛି ମାସ ହେଲାଣି ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍‌ ଲଣ୍ଡନରେ ରହି ନିଜର ଚିକିତ୍ସା କରାଉଛନ୍ତି । ଏ ନେଇ ପ୍ରଥମେ ନିଜ ପ୍ରଶଂସକମାନଙ୍କୁ ଟୁିଇଟ୍‌ କରି ଜଣାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ହଠାତ୍‌ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମଝିରେ ମଝିରେ ସେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର ସୋସିଆଲ ମିଡ଼ିଆ ଜରିଆରେ ଜଣାଉଥିବା ବେଳେ ଇତିମଧ୍ୟରେ ସେ କାହାକୁ ନ ଜଣାଇ ସେ ଭାରତ ଆସି ଚାଲି ଯାଇଥିବା ଜାଣିବାକୁ ମିଳିଛି।

Times of India

ପୂର୍ବରୁ ସେ ଭାରତ ଫେରିବେ ବୋଲି ଖବର ଆସିଥିବା ବେଳେ କେବେ ଆସିବେ ତାହା ଜଣା ପଡ଼ି ନଥିଲା । ମଝିରେ ସେ ୨ଦିନ ପାଇଁ ଭାରତ ଆସି ନାସିକ୍‌ର ତ୍ରୟମ୍ବକେଶ୍ୱର ମନ୍ଦିରରେ ପୂଜା କରି ଲଣ୍ଡନ ଫେରି ଯାଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ଦୁଇ ଦିନ ପାଇଁ ନୁହେଁ ବରଂ ଇର୍‌ଫାନ ୭ଦିନ ପାଇଁ ଭାରତ ଆସିଥିଲେ ବୋଲି ଜଣା ପଡ଼ିଛି । ଏକ ସାକ୍ଷାତକାରରେ ଇର୍‌ଫାନ୍‌ଙ୍କ ପ୍ରବକ୍ତାଙ୍କୁ ଏହି ପ୍ରଶ୍ନ ପଚରାଯିବା ପରେ, ଇର୍‌ଫାନ୍‌ ୨ଦିନ ନୁହନ୍ତି ବରଂ ୭ଦିନ ପାଇଁ ଭାରତ ଆସିଥିଲେ ବୋଲି ସେ କହିଥିଲେ । ଆସିବାର କାରଣ ନାସିକ୍‌ର ତ୍ରୟମ୍ବକେଶ୍ୱର ମନ୍ଦିରରେ ପୂଜା କରିବା ନୁହେଁ ନିଜ ପରିବାର ସହ ଦୀପାବଳି ପାଳନ କରିବା ପାଇଁ ସେ ଭାରତ ଆସିଥିବା କହିଥିଲେ ଇର୍‌ଫାନ୍‌ଙ୍କ ପ୍ରବକ୍ତା ।

 

ସମ୍ବନ୍ଧିତ ଖବର