ଚୁପଚାପ୍‌ ଆସିଲେ , ତ୍ରୟମ୍ବେକଶ୍ୱର ମନ୍ଦିରରେ ପୂଜା କଲେ ଇରଫାନ୍‌ ଖାନ୍‌

ମୁମ୍ବାଇ: ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ନାମକ କର୍କଟ ରୋଗରେ ପୀଡ଼ିତ ଅଭିନେତା ଇରଫାନ୍‌ ଖାନ୍‌ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ମଝିରେ ଶୁଣିବାକୁ ମିଳିଥିଲା ଯେ ସେ ଖୁବ୍‌ ଶ୍ରୀଘ୍ର ସୁସ୍ଥ ହୋଇ ମୁମ୍ବାଇ ଫେରୁଛନ୍ତି। ଖାଲି ସେତିକି ନୁହେଁ ,ଇରଫାନ୍‌ ‘ହିନ୍ଦୀ ମିଡିଅମ୍‌-୨’ର ସୁଟିଂ ବି ଆରମ୍ଭ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଫ୍ୟାନ୍‌ମାନେ ଇରଫାନ୍‌ ଖାନ୍‌ଙ୍କୁ ଅପେକ୍ଷା କରିଛନ୍ତି।

ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି। ତାହା ହେଲା ଯେ ଇରଫାନ୍‌ ଖାନ୍‌ ଦୁଇ ଦିନ ଲାଗି ଭାରତ ଆସିଥିଲେ। ଆହୁରି ମଧ୍ୟ କୁହାଯାଉଛି ଯେ ଇରଫାନ୍‌ ଗୋପନୀୟ ଭାବେ ଭାରତର ନାସିକ ଆସିଥିଲେ। ସେ ନାସିକରେ ଥିବା ତ୍ରୟମ୍ବେକଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଓ ଯଜ୍ଞାନୁଷ୍ଠାନ ମଧ୍ୟ କରିଥିଲେ। ଏ ବିଷୟରେ ଅବଶ୍ୟ କିଛି ନିର୍ଦ୍ଦିଷ୍ଟ କଥା ଜଣାପଡ଼ିନାହିଁ ଯେ ଇରଫାନ୍‌ ଖାନ୍‌ କେଉଁ ତାରିଖରେ ଭାରତ ଆସିଥିଲେ ଓ କେବେ ତ୍ରୟମ୍ବେକଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଆହୁରି ମଧ୍ୟ କୁହାଯାଉଛି, ସେ ମାତ୍ର ଦୁଇ ଦିନ ନାସିକରେ ରହି ପୁଣି ଲଣ୍ଡନ ଫେରି ଯାଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ,ଇରଫାନ୍‌ ଖାନ୍‌ଙ୍କର ନାସିକରେ ଏକ ଫାର୍ମ ହାଉସ୍‌ ଅଛି।

ସମ୍ବନ୍ଧିତ ଖବର