‘ଆପଣଙ୍କ ତାଲିକାରେ ଏହି କୌତୂକିଆ ଫ୍ୟାନ୍‌ଙ୍କୁ ସାମିଲ୍‌ କରନ୍ତୁ’; ଇର୍‌ଫାନ୍‌ଙ୍କ ଟ୍ବିଟ୍‌ର ଜବାବ ଦେଲେ ଶାହାରୁଖ୍‌

ମୁମ୍ବାଇ: ଫିଲ୍ମ ‘ପଠାନ’ର କ୍ରେଜ ଏପର୍ଯ୍ୟନ୍ତ ଲୋକଙ୍କ ହୃଦୟ ଏବଂ ମନରୁ ବାହାରିବାର ନାମ ନେଉନାହିଁ। ନିକଟରେ ଭାରତୀୟ କ୍ରିକେଟର ଇର୍‌ଫାନ୍‌ ପଠାନ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଶାହାରୁଖ ଖାନଙ୍କ ପ୍ରତିକ୍ରିୟା ଆସିଛି। ଇର୍‌ଫାନ୍‌ ଖାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ କୁନି ପୁଅ ‘ପଠାନ’ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ‘ଝୁମେ ଜୋ ପଠାନ୍’ ଗୀତରେ ଇରଫାନ୍ ପଠାନଙ୍କ କୁନି ପୁଅଟି ନାଚୁଥିବାର ଦେଖି ଇରଫାନ୍ ମଧ୍ୟ ବହୁତ ଆନ୍ଦିତ ହୋଇ ତାହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି।

ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଇର୍‌ଫାନ ପଠାନ ଲେଖିଛନ୍ତି, ‘ଖାନ୍‌ସାହେବ ଦୟାକରି ଆପଣଙ୍କ ତାଲିକାରେ ଆଉ ଜଣେ କୌତୂକିଆ ଫ୍ୟାନଙ୍କୁ ସାମିଲ୍ କରନ୍ତୁ।’ ଏହା ସହିତ କ୍ରିକେଟର ଶାହାରୁଖ ଖାନଙ୍କୁ ମଧ୍ୟ ତାଙ୍କର ଏହି ପୋଷ୍ଟ୍‌ରେ ଟ୍ୟାଗ କରିଛନ୍ତି। ଇରଫାନ ପଠାନଙ୍କ ଏହି ପୋଷ୍ଟକୁ କିଙ୍ଗ ଖାନ ମଧ୍ୟ ନିଜ ଶୈଳୀରେ ଉତ୍ତର ଦେଇଛନ୍ତି। କିଙ୍ଗ୍‌ ଖାନ୍‌ ଉତ୍ତରରେ ଲେଖିଛନ୍ତି, ‘ଇଏ ତୁମଠାରୁ ବେଶି ଦକ୍ଷ ବାହାରିଲା, ଛୋଟ ପଠାନ୍‌’।

 

କ୍ରିକେଟର ଏବଂ ସୁପରଷ୍ଟାରଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ପସନ୍ଦ କରୁଛନ୍ତି ଏବଂ ସେମାନେ ଏହି ପୋଷ୍ଟରେ ଖୁବ୍‌ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ସଫଳତାର ଶୀର୍ଷ ଛୁଇଁଛି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଶାହରୁଖ ଖାନଙ୍କ ବ୍ୟତୀତ ଜନ୍ ଆବ୍ରାହମ ଏବଂ ଦୀପିକା ପାଦୁକୋନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର