ମା’ଙ୍କ ମୃତ୍ୟୁ ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ଇରଫାନ୍ ଖାନ୍

ମୁମ୍ବାଇ: ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ବଲିଉଡ ଅଭିନେତା ଇରଫାନ ଖାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇରଫାନଙ୍କୁ ମୁମ୍ବାଇର କୋକିଲାବେନ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସେ କେଉଁ କାରଣରୁ ଭର୍ତ୍ତି ହୋଇଛନ୍ତି ତାହା ଜଣା ପଡିନାହିଁ। ନିକଟରେ ଇରଫାନ ଖାନଙ୍କ ମା’ ସଇଦା ବେଗମଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ଲକଡାଉନ ପାଇଁ ସେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନଥିଲେ।

ଇରଫାନ୍ ଏହି ସପ୍ତାହ ପୂର୍ବରୁ ତାଙ୍କ ମା’ ସଇଦା ବେଗମଙ୍କୁ ହରାଇଥିଲେ ଏବଂ ଦେଶବ୍ୟାପୀ ଲକଡାଉନ ପାଇଁ ସେ ଜୟପୁର ଯାଇ ମାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନଥିଲେ। ଲକଡାଉନ୍ ସହ ଇରଫାନ୍ ଅସୁସ୍ଥ ଥିବାରୁ ସେ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିନଥିଲେ ବୋଲି ଜଣା ପଡିଛି।

irrfan khan mother passed away: इरफान खान की मां का ...
Navbharat Times

ସୂଚନା ମୁତାବକ, ୨୦୧୮ରେ ଇରଫାନଙ୍କର ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ସମସ୍ୟା ଥିବା ଜଣା ପଡିଥିଲା ଏବଂ ସେ ବ୍ରିଟେନରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ଭାରତ ଫେରି ଫିଲ୍ମ ଆଙ୍ଗ୍ରେଜି ମିଡିୟମର ସୁଟିଂ ଆରମ୍ଭ କରିଥିଲେ | ମାର୍ଚ୍ଚରେ ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏପର୍ଯ୍ୟନ୍ତ ସେ କୌଣସି ନୂଆ ଚଳଚ୍ଚିତ୍ର ହାତକୁ ନେଇ ନ ଥିବା ଜଣାପଡିଛି |

ସମ୍ବନ୍ଧିତ ଖବର