ଚଳିତ ବର୍ଷ ଫେବ୍ରୁଆରିରେ ଇରଫାନ୍ ଏବଂ ସୁତାପା ସିକଦରଙ୍କ ୨୫ତମ ବିବାହ ବାର୍ଷିକୀ ଥିଲା। ଦୀର୍ଘ ୨୫ ବର୍ଷର ବୈବାହିକ ଜୀବନରେ ସୁତାପା ଇରଫାନ୍ଙ୍କ ପାଇଁ ଏକ ବଡ଼ ସମର୍ଥନ ଥିଲେ। ଇରଫାନ୍ଙ୍କ ସହ ସବୁବେଳେ ସବୁ ସମୟରେ ରହୁଥିବା ଷ୍ଟାର ୱାଇଫ୍ ସୁତାପା କିନ୍ତୁ କେବେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତିନି। ସୁତାପା ଇରଫାନ୍ଙ୍କର ଜଣେ ବଡ଼ ସମାଲୋଚକ ବି ଥିଲେ। ସୁତାପାଙ୍କ ସବୁକଥାକୁ ଅନ୍ଧ ଭଳି ବିଶ୍ବାସ କରି ଯାଉଥିଲେ ଇରଫାନ୍। ସୁତାପା ଇରଫାନ୍ଙ୍କ ପାଇଁ ସଂଳାପ ଲେଖି ଦେଉଥିଲେ ଏବଂ ତାଙ୍କ କାର୍ଯ୍ୟରେ ବି ବେଶ୍ ସହଯୋଗ କରୁଥିଲେ। ଏନ୍ଏସଡି (ନ୍ୟାସନାଲ ସ୍କୁଲ୍ ଅଫ ଡ୍ରାମା)ର ଆକ୍ଟିଂ ଅଧିବେଶନରେ ଇରଫାନ୍ ଏବଂ ସୁତାପାଙ୍କ ମଧ୍ୟରେ ପ୍ରଥମ ଦେଖା ହୋଇଥିଲା। ପରେ ସେମାନେ ଭଲ ସାଙ୍ଗ ହୋଇ ଯାଇଥିଲେ। କିନ୍ତୁ ଆକ୍ଟିଂ କୋର୍ସ ଶେଷ ହେବା ବେଳକୁ ସେମାନଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା। ଇରଫାନ୍ ସୁତାପାଙ୍କୁ ବିବାହ କରିବାପାଇଁ ପାଇଁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ବି ପ୍ରସ୍ତୁତ ଥିଲେ। ଅନେକ ଦିନ ପର୍ଯ୍ୟନ୍ତ ସେମାନେ ଲିଭ୍ ଇନ୍ ରିଲେସନ୍ସିପ୍ରେ ଥିଲେ। ତେବେ ୧୯୯୫ ଫେବ୍ରୁଆରି ୨୩ରେ ଇରଫାନ୍ ଏବଂ ସୁତାପା କୋର୍ଟ ମ୍ୟାରେଜ୍ କରିଥିଲେ। ମାର୍ଚ୍ଚ ୨୦୧୮ରେ ଇରଫାନ୍ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାପରେ ସୁତାପା ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି କହିଥିଲେ ମୋ ବନ୍ଧୁ ଏବଂ ଜୀବନସାଥୀ ଜଣେ ଯୋଦ୍ଧା। ଇରଫାନ୍ଙ୍କ ଅସୁସ୍ଥତା ପରେ ସେ ଖୁବ୍ କମ୍ ସାକ୍ଷାତକାର ଦେଇଥିଲେ। ଥରେ ଏକ ସାକ୍ଷାତକାରରେ ଇରଫାନ୍ କହିଥିଲେ ଯେ, ଯଦି ତାଙ୍କୁ ବଞ୍ଚିବାର ସୁଯୋଗ ମିଳେ ତେବେ ସେ ସୁତାପାଙ୍କ ସହ ବଞ୍ଚିବାକୁ ଚାହାନ୍ତି।
ଏମିତି ଥିଲା ଇରଫାନ୍-ସୁତାପାଙ୍କ ପ୍ରେମ କାହାଣୀ
/sambad/media/post_attachments/wp-content/uploads/2020/04/irrfan-wfe.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)