ମୁମ୍ବାଇ: ଆଜି ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବଲିଉଡର ଦିଗ୍ଗଜ ଅଭିନେତା ଇରଫାନ ଖାନ | ମାତ୍ର ୫୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଭର୍ସୋଭା କବରିସ୍ତାନରେ ତାଙ୍କୁ ଆଜି ପପରାହ୍ଣରେ ସମାଧି ଦିଆଯାଇଛି | ପୁଅ ବାବିଲ୍ ଓ ଅୟାନ୍ ଶେଷ ରୀତିନୀତି ସଂପନ୍ନ କରିଛନ୍ତି |
ଶେଷ ରୀତିନୀତି ପରେ ପରିବାର ପକ୍ଷରୁ କୁହାଯାଇଛି କି "ଦେହାନ୍ତ ହେବାର ଖବର ଘୋଷଣା ହେବା ପରେ ଆଜି ଅପରାହ୍ନ ୩ଟା ସମୟରେ ମୁମ୍ବାଇର ଭର୍ସୋଭା କବରିସ୍ତାନରେ ଇରଫାନଙ୍କୁ ସମାଧି ଦିଆଯାଇଥିଲା। ଏହି ସମୟରେ ତାଙ୍କ ପରିବାରର ସଦସ୍ୟ, ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନେ ଉପସ୍ଥିତ ଥିଲେ। ସମସ୍ତେ ଶେଷ ସମ୍ମାନ ଜଣାଇ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ। ତାଙ୍କ ଶାନ୍ତି ପାଇଁ ଆମେ ପ୍ରାର୍ଥନା କରୁଛୁ ଏବଂ ଆମେ ଆଶା କରୁଛୁ ସେ ଆଜି ଏକ ଭଲ ସ୍ଥାନରେ ଅଛନ୍ତି। ସେ ତାଙ୍କ ଜୀବନ ସଂଗ୍ରାମରେ ଶକ୍ତିଶାଳୀ ଥିଲେ ଏବଂ ଏହି କ୍ଷତିକୁ ସହି ଆମ ସମସ୍ତଙ୍କୁ ମଧ୍ୟ ଶକ୍ତିଶାଳୀ ହେବାକୁ ପଡ଼ିବ। "
ସୂଚନା ମୁତାବକ, ବୁଧବାର ଅପରାହ୍ନରେ ମୁମ୍ବାଇର ଭର୍ସୋଭା କବରିସ୍ତାନରେ ଇରଫାନଙ୍କ ଶେଷ ରୀତିନୀତି କରାଯାଇଥିଲା। ତାଙ୍କ ପୁଅ ବାବିଲ ଏବଂ ଆୟାନ୍ ତାଙ୍କର ଶେଷ ରୀତିନୀତି କରିଥିଲେ ଏବଂ ତାଙ୍କ ପରିବାରର ପ୍ରାୟ ପାଞ୍ଚଜଣ ସଦସ୍ୟ ଉପସ୍ଥିତ ଥିଲେ। ନୋଭେଲ କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ହେତୁ ଇରଫାନଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କୁ କବରିସ୍ତାନରେ ପହଞ୍ଚିବାକୁ ଦିଆଯାଇ ନଥିଲା | ତେବେ ଇରଫାନଙ୍କ ସହ 'ହାଇଦର' ଏବଂ '୭ ଖୁନ ମାଫ' ଭଳି ଏକାଧିକ ପ୍ରୋଜେକ୍ଟରେ କାମ କରିଥିବା ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜ ଶେଷ ସମ୍ମାନ ଜଣାଇବା ପାଇଁ କବରିସ୍ତାନରେ ପହଞ୍ଚିଥିଲେ ବୋଲି ଜଣା ପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/y-126.jpg)