ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍ ଅବଶେଷରେ ଲଣ୍ଡନରୁ ଦିନେ ଦୁଇ ଦିନ ଭିତରେ ମୁମ୍ବାଇ ଫେରିବେ ବୋଲି ଖବର ମିଳିଛି। ସେ ବେଶ୍ କିଛି ମାସ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।
ଏବେ ଇରଫାନ୍ ଖାନ୍ ସୁସ୍ଥ ହୋଇ ଫେରିବାପରେ ପୁଣି ଅଭିନୟରେ ସକ୍ରିୟ ହେବେ ବୋଲି ଜଣାଗଲାଣି। ତାଙ୍କର ନୂଆ ସିନେମା ‘ହିନ୍ଦୀ ମିଡିଅମ୍-୨’ର ସୁଟିଂ ଏଇ ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେଉଥିବା ସୂଚନା ମିଳିଛି।ଏହି ସିନେମାର ନିର୍ମାତା ପୂର୍ବରୁ ଇରଫାନ୍ ଖାନଙ୍କୁ ଲଣ୍ଡନରେ ଭେଟି କଥାବାର୍ତ୍ତା ହୋଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ଇରଫାନ୍ କର୍କଟ ସହିତ ସଂଗ୍ରାମ କରୁଥିବା ବେଳେ ନିଜ ମନର କଥା ଜଣାଇଥିଲେ ସେଠାରେ । ସେ କହିଥିଲେ, ‘ମୋତେ ଉଚ୍ଚ ଶ୍ରେଣୀର ନ୍ୟୁରୋ କ୍ରାଇନ୍ କ୍ୟାନସର୍ ହୋଇଛି। ଏଥିପାଇଁ ମୋର ଚିକିତ୍ସା ଚାଲିଛି। ମୋର ଅଭିଧାନରେ ଏହି ଶଦ୍ଦ ନାହିଁ। ତୁଳନାତ୍ମକଭାବେ ଏହି ରୋଗ ସଂପର୍କରେ ମୋର ଧାରଣା ଖୁବ୍ କମ୍।
ମୁଁ ଏକ କ୍ଷିପ୍ର ଗତିରେ ଚାଲୁଥିବା ଟ୍ରେନରେ ଯାତ୍ରା କରୁଥିଲି। ନିଜର ସ୍ୱପ୍ନ, ଯୋଜନା, ଆକାଙ୍କ୍ଷା ଓ ଲକ୍ଷ୍ୟକୁ ନେଇ ବ୍ୟସ୍ତ ଥିଲି। କିନ୍ତୁ ମୋତେ ଆକସ୍ମିକ ଧକ୍କା ଲାଗିଲା।ବିଶ୍ୱର ଅନୁକୋଣରୁ ଲୋକେ ପ୍ରାର୍ଥନା କରୁଥିବା ମୁଁ ଜାଣିଛି। ସେମାନଙ୍କ ମୁଁ ଜାଣି ନାହିଁ। ଏହା ମୋତେ ଖୁସୀ ଓ ଉତ୍ସୁକତା ପ୍ରଦାନ କରିଛନ୍ତି।’