ଶେଷ କେମୋ ଥେରାପି ପରେ ଗମ୍ଭୀର ହେଲା ଇର୍‌ଫାନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା, ଅଧାରୁ ଛାଡ଼ିଲେ େଓ୍ଵବ୍‌ ସିରିଜ୍‌ର ସୁଟିଂ

ମୁମ୍ବାଇ : କିଛି ମାସ ତଳେ ଇର୍‌ଫାନ୍‌ ଖାନ୍‌ କର୍କଟ ରୋଗରେ ପୀଡ଼ିତ ହେବାର ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକା ଲାଗିଥିଲା । ପରେ ସେ ଲଣ୍ଡନ ଯାଇ ନିଜର ଚିକିତ୍ସା କରାଇଥିଲେ । ନିଜ ରୋଗକୁ ନେଇ ପ୍ରଶଂସକମାନଙ୍କୁ ସବୁ କିଛି ଜଣାଉଥଲେ ଇର୍‌ଫାନ୍‌। ତାଙ୍କ ପ୍ରଶଂସକମାନେ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟ ପାଇଁ କାମନା କରିଥିଲେ ।

MensXP.com

ଏବେ ତାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । କର୍କଟ ରୋଗ ପାଇଁ ତାଙ୍କୁ ୬ଟି କେମୋ ନେବାକୁ ଥିବା ବେଳେ ୬ଟି ଯାକ କେମୋ ଥେରାପି ସରି ଯାଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ପାରି ନାହିଁ । ବରଂ ଅଧିକ ଖରାପ ହେବାରୁ ସେ କରୁଥିବା ଗୋରମିଣ୍ଟ ନାମକ ଏକ େଓ୍ଵବ୍‌ ସିରିଜର ସୁଟିଂକୁ ଅଧାରୁ ଛାଡ଼ିଥିବାଜଣା ପଡ଼ିଛି । ଇର୍‌ଫାନ୍‌ ନିଜେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ଏ ବିଷୟରେ ଜଣାଇଛନ୍ତି । ଏହି ସିରିଜ୍‌କୁ ଆମାଜନ ପ୍ରାଇମ୍‌ ବ୍ୟାନରରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ସେ ସଂସ୍କୃତି ମନ୍ତ୍ରୀ ଚରିତ୍ରରେ ନଜର ଆସିଥାନ୍ତେ ବୋଲି ସୂଚନା ମିଳିଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ ଆଉ ଆଗକୁ ସୁଟିଂ କରି ପାରିବେ ନାହିଁ ବୋଲି କହି ସିରିଜ୍‌ ଛାଡ଼ିଛନ୍ତି । ଏହି ଖବର ଇର୍‌ଫାନ୍‌ଙ୍କ ପ୍ରଶଂସକଙ୍କୁ ନିରାଶ କରିଛି ।

ସମ୍ବନ୍ଧିତ ଖବର