ସଫଳ ସର୍ଜରୀ ପରେ ଭାରତ ଫେରିଲେ ଇର୍‌ଫାନ

ମୁମ୍ବାଇ : ଗତକାଲି ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ । ହ୍ଵିଲ୍‌ଚେୟାରରେ ବସି ସେ ବିମାନବନ୍ଦରରୁ ବାହାରୁଥିବା ବେଳେ କ୍ୟାମେରାକୁ ଦେଖି ନିଜର ମୁହଁ ଲୁଚାଉଥିବାର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା । ତାଙ୍କର ଏଭଳି ଫଟୋ ଭାଇରାଲ ହେବା ପରେ ହ୍ଵିଲ୍‌ଚେୟାରରେ ବସି ଇର୍‌ଫାନ କ’ଣ ପାଇଁ ଆସୁଥିଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲେ । ଅନେକ ଚର୍ଚ୍ଚା ପରେ ଏବେ ଇର୍‌ଫାନଙ୍କ ପ୍ରବକ୍ତା ପ୍ରକୃତ ଘଟଣା ଜଣାଇଛନ୍ତି ।

ନିଜ ବୟାନରେ, ଲଣ୍ଡନରେ ଅଙ୍ଗ୍ରେଜି ମିଡିୟମର ସୁଟିଂ ସାରି ନିଜର ସର୍ଜରୀ କରାଇଥିଲେ ଇର୍‌ଫାନ । ଏବେ ନିଜର ସଫଳ ସର୍ଜରୀ ପରେ ସେ କିଛି ଦିନ ପାଇଁ ମୁମ୍ବାଇରେ ଥିବା ନିଜ ଘରକୁ ଆସିଛନ୍ତି । ସେଠାରେ ସେ କିଛି ଦିନ ରହି ବିଶ୍ରାମ ନେବେ ବୋଲି କହିଛନ୍ତି ଇର୍‌ଫାନଙ୍କ ପ୍ରବକ୍ତା ।

Image result for irrfan-khan-surgery-after-wrapping-up-angrezi-medium
India.com

ସୂଚନା ମୁତାବକ, ମାର୍ଚ୍ଚ ୨୦୧୮ରେ ନିଜ ରୋଗର ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ ଇର୍‌ଫାନ । ପରେ ସେ ମାର୍ଚ୍ଚ ୨୦୧୯ରେ ମୁମ୍ବାଇ ଫେରିବା ସହ କିଛି ଦିନ ଏଠାରେ ରହି ଅପ୍ରେଲ ମାସରେ ଅଙ୍ଗ୍ରେଜି ମିଡିୟମର ସୁଟିଂ ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର