ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଇରଫାନ ଖାନଙ୍କ ପତ୍ନୀଙ୍କ ପ୍ରତିକ୍ରିୟା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଅଭିନେତା ସ୍ବର୍ଗତ ଇରଫାନ ଖାନଙ୍କ ପତ୍ନୀ ସୁତାପା ସିକଦାର ଫେସବୁକ୍‌ରେ ଏକ ଲେଖା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଆମେ ମୃତ ଓ ଜୀବିତଙ୍କୁ ସମ୍ମାନ ଦେଖାଇବା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଉଛୁ। ଆମେ ଜାଣିନାହୁଁ ଯେ ସୁଶାନ୍ତ ଓ ରିୟାଙ୍କ ମଧ୍ୟରେ କ’ଣ ଘଟିଛି। ମାତ୍ର ଏହାକୁ ନେଇ ସୋସିଆଲ ମିଡିଆରେ ବୟାନବାଜି ଚାଲିଛି। ଦୁଃଖରେ ବଞ୍ଚୁଥିବା ବ‌େଳେ ମଣିଷ କେବେକେବେ ଅନ୍ୟ ପ୍ରତି ମଧ୍ୟ ଦୟାଳୁ ହୁଅନ୍ତ। ଯନ୍ତ୍ରଣା କିଛି ଶିକ୍ଷା ଦିଏ। ଯେତେବେଳେ ଲୋକମାନେ ଭ୍ରଷ୍ଟ ଓ ମନଇଚ୍ଛା ଆଚରଣ କରନ୍ତି, ତାହା ମତେ ଯନ୍ତ୍ରଣା ଦିଏ ବୋଲି ସେ ଲେଖିଛନ୍ତି।

ନୃତ୍ୟ ସୁଶାନ୍ତଙ୍କୁ ଲୋକଙ୍କ ସାମ୍ନାରେ ଉପସ୍ଥାପନରେ ସାହାଯ୍ୟ କରିଥିଲା।

ସୁଶାନ୍ତ ଯେବେ ନିଜକୁ ଉପସ୍ଥାପନ କରନ୍ତି, ସେତେବେଳେ ଝୁଣ୍ଟନ୍ତି। ସେ କିଛି ଭାବିଥାନ୍ତି, ମାତ୍ର ଯେତେବେଳେ କହି ସାରନ୍ତି ତା’ପରେ କିଛି ଛାଡ଼ିଗଲା ଭଳି ତାଙ୍କର ହୃଦବୋଧ ହୁଏ। ଏକଥା ସେ ନିଜେ ଏକ ସାକ୍ଷାତକାରରେ କହିଛନ୍ତି। ସେ ଜଣେ ବିଜ୍ଞାନ ଓ ଇଂଜିନିୟରିଂର ଛାତ୍ର ଭାବେ ବେଶ୍‌ ଖୁସିଥିବା କହିଥିଲେ। ମାତ୍ର ଯେତେବେଳେ ସେ ନୃତ୍ୟ ସ୍କୁଲ୍‌ରେ ଯୋଗଦେଇ ମଞ୍ଚ ଉପରେ ନୃତ୍ୟ କଲେ, ସେତେବେଳେ ତାଙ୍କର ହୃଦୟଙ୍ଗମ ହେଲା ଯେ ବିନା ଶବ୍ଦରେ ମଧ୍ୟ ଅନେକ କିଛି ବୟାନ କରିହୁଏ। ତେବେ ପରେ ସେ ଥିଏଟର୍‌ରେ ଯୋଗଦେଇ ନିଜ କଥା କହିବାର କ୍ଷମତାକୁ ଶାଣିତ କଲେ। ଯାହା ତାଙ୍କୁ ଲୋକଙ୍କ ସାମ୍ନାରେ ନିଜକୁ ଉପସ୍ଥାପନ କରିବାକୁ ସାହାଯ୍ୟ କରିଥିଲା।

ସମ୍ବନ୍ଧିତ ଖବର