ଅଭିନେତା ଇର୍ଫାନଙ୍କ ବ୍ୟକ୍ତିଗତ ଭିଡିଓକୁ ସର୍ବସାଧାରଣରେ ସେୟାର୍‌ କଲେ ପୁଅ ବାବିଲ୍‌

ମୁମ୍ବାଇ: ଦିବଗଂତ ଅଭି‌ନେତା ଇର୍ଫାନ ଖାନଙ୍କ ପୁଅ ବାବିଲ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ବାପାଙ୍କର ଏକ ଭିଡିଓ ସେୟାର୍‌ କରି ତାଙ୍କୁ ମନେ ପକାଇଛନ୍ତି। ଭିଡିଓରେ ଇର୍ଫାନ ବରଫ ପରି ଥଣ୍ଡା ପାଣିରେ ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ମହିଳାଙ୍କ କଣ୍ଠସ୍ବର ଶୁଣିବାକୁ ମିଳୁଛି। ମହିଳା ଜଣକ ‘ଇଟ୍‌ସ ଆଇସ?’ ବୋଲି ପଚାରୁଥିବାର ଶୁଣିବାକୁ ମିଳିଛି।

ବାବିଲ୍‌ ଭିଡିଓଟିକୁ ଇନ୍‌ଷ୍ଟାରେ ସେୟାର୍‌ କରିବା ପରେ ବହୁ ବ୍ୟବହାରକାରୀ ଏହାକୁ ଲାଇକ୍‌ କରିବା ସହ ତାଙ୍କୁ ସମବେଦନା ଦେଇଛନ୍ତି। ଇର୍ଫାନ ତୁମ ସହ ସବୁବେଳେ ଅଛନ୍ତି ବୋଲି ବାବିଲ୍‌ଙ୍କୁ ଇର୍ଫାନଙ୍କ ଅନେକ ପ୍ରଶଂସକ କମେଣ୍ଟ କରି ଜଣାଇଛନ୍ତି।

 

 

View this post on Instagram

 

A post shared by Babil Khan (@babil.i.k) on

ଭିଡିଓଟି ସେୟାର୍‌ କରି ବାବିଲ୍‌ ଏଥିରେ ପଦୁଟିଏ ବି ଲେଖିନାହାନ୍ତି। ଏହି ଭିଡିଓ ହିଁ ଅନେକ କଥା କହୁଛି ବୋଲି ଆପଣମାନେ ଅନୁଭବ କରିପାରିବେ ନିଶ୍ଚୟ।

ପୋଷ୍ଟ୍‌ଟି ଫ୍ୟାନମାନଙ୍କଠାରୁ ବହୁତ ସାରା ଲଭ୍ ଇମୋଜି ପାଇଛି। ଅଭିନେତା ଅନୁପ ସୋନି ଇଶାନ ଖଟ୍ଟର ମଧ୍ୟ ଏହି ପୋଷ୍ଟ୍‌ରେ ଲଭ୍‌ ଇମୋଜି ଦେଇଛନ୍ତି।

ସମ୍ବନ୍ଧିତ ଖବର