ଅଭିନେତା ଇରଫାନ ଖାନ୍‌ଙ୍କ ଅଜଣା ରୋଗ ପ୍ରସଙ୍ଗରେ କ’ଣ ସୂଚନା ଦେଲେ ପତ୍ନୀ ?

ମୁମ୍ବାଇ : କିଛି ଦିନ ହେବ ଅଭିନେତା ଇରଫାନ ଖାନ୍‌ଙ୍କୁ ଏକ ଅଜଣା ରୋଗ ହୋଇଥିବା ନେଇ ଚର୍ଚ୍ଚା ଜାରି ରହିଛି। ହେଲେ ସେହି ରୋଗ କ’ଣ ଏବଂ ଇରଫାନ୍‌ ଏବେ କିଭଳି ଅଛନ୍ତି ଏ ସଂପର୍କରେ ତାଙ୍କ ପରିବାର ପକ୍ଷରୁ କିଛି ସୂଚନା ମିଳୁ ନଥିଲା ।ଏବେ ଏ ସଂପର୍କରେ ଇରଫାନ୍‌ଙ୍କ ପତ୍ନୀ ସୁତପା ନିଜର ଫେସବୁକରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ ସ୍ମାମୀ ଜଣେ ଯୋଦ୍ଧା। ଏଣୁ ତାଙ୍କ ପାଇଁ କେବଳ ପ୍ରାର୍ଥନା କରନ୍ତୁ। ସେ ଅନେକ ଫୋନ୍‌ କଲ୍‌ ଏବଂ ମେସେଜର ଉତ୍ତର ଦେଇ ପାରି ନଥିବା ହେତୁ ଦୁଃଖିତ ବୋଲି ବି କହିଛନ୍ତି।

ଏ ନେଇ ଇରଫାନ କିଛି କହି ନ ଥିବା ବେଳେ କେବଳ ଏକ ପୋଷ୍ଟ କରିଥିଲେ- ମୁଁ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ଅଛି । ଏପରି ଖବର ମଧ୍ୟ ଆସିଛି କି ଇରଫାନ୍‌ଙ୍କ ରୋଗ ଚତୁର୍ଥ ସ୍ତରରେ ରହିଛି ଏବଂ ବହୁତ ଶୀଘ୍ର ତାଙ୍କର ଅସ୍ତ୍ରୋପ୍ରଚାର କରାଯିବାର ଅଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଖବରର ସତ୍ୟତା ବିଷୟରେ କିଛି ଜଣାପଡ଼ିନାହିଁ ।

photo-amarujala

ଗତ ସୋମବାର ଦିନ ଇରଫାନ୍‌ ତାଙ୍କ ଟୁଇଟରରେ ଲେଖିଥିଲେ, ମୁଁ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ଅଛି । ବେଳେବେଳେ ଆପଣ ସଚେତନ ଥିବେ କିନ୍ତୁ ଆପଣଙ୍କ ଦୁନିଆ ଓଲଟ-ପାଲଟ ହୋଇଯାଏ । ବିଗତ ୧୫ ଦିନ ହେବ ମୋ ଜୀବନ ଏକ ଅନିଶ୍ଚିତ କାହାଣୀ ପାଲିଟିଛି । ମୁଁ କେବେ ମଧ୍ୟ ଭାବି ନ ଥିଲି ଦୁର୍ଲଭ କାହାଣୀ ଖୋଜୁ ଖୋଜୁ ମତେ ଦୁର୍ଲଭ ରୋଗ ହୋଇଯିବ । ତେବେ ମୁଁ କେବେ ମଧ୍ୟ ହାର ମାନିନି ଏବଂ ନିଜ ପାଇଁ ଲଢ଼େଇ କରିଛି ଏବଂ କରୁଥିବି । ମତେ କ’ଣ ହୋଇଛି ଏହା ବିଷୟରେ ମୁଁ ମଧ୍ୟ ଜାଣି ନାହିଁ । ମୋ ରିସର୍ଚ୍ଚରୁ ମତେ ଲାଗୁଛି ଯେ କୌଣସି ଗମ୍ଭୀର ରୋଗ ହୋଇଛି । ମୁଁ ହାର ମାନିନି । ମୋ ପରିବାର ଏବଂ ସାଙ୍ଗସାଥୀ ମୋ ସହିତ ଅଛନ୍ତି । ଆପଣ ମାନେ ଚିନ୍ତା କରିବା ଦରକାର ନାହିଁ । ୧୦ ଦିନ ପରେ ଯେବେ ଯାଞ୍ଚ ପୁରା ହୋଇଯିବ ମୁଁ ନିଜେ ଆପଣ ମାନଙ୍କୁ ଏହା ବିଷୟରେ ଜଣାଇବି ।’

ସମ୍ବନ୍ଧିତ ଖବର