ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶେତ୍ବା ବଚ୍ଚନଙ୍କ ଝିଅ ନବ୍ୟା ନଭେଲିଙ୍କର ମିଜାନ୍ ଜାଫର୍ଙ୍କ ସହ ପ୍ରେମ ସଂପର୍କ ରହିଛି କି? ଏପରି ଏକ ପ୍ରଚାର ଅନେକ ଦିନ ହେବ ସୋସିଆଲ୍ ମିଡିଆରେ ହୋଇ ଚାଲିଛି। ଏନେଇ ସ୍ପଷ୍ଟ କରିଛନ୍ତି ମିଜାନଙ୍କ ବାପା ଜାଭେଦ ଜାଫେରି।
ସେ ନିକଟରେ ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି କି ‘ନବ୍ୟା ଓ ମିଜାନ୍ ହେଉଛନ୍ତି କେବଳ ଦୁଇ ବନ୍ଧୁ। ସେମାନଙ୍କର ଏକ କମନ୍ ଗ୍ରୁପ୍ ରହିଛି। ସେହି କାରଣରୁ ସେ ସବୁ ସ୍ଥାନକୁ ଏକତ୍ର ଯାଆନ୍ତି। ମାତ୍ର ସେ ଦୁହିଁଙ୍କ ଭିତରେ ସେପରି କୌଣସି ପ୍ରେମ ସଂପର୍କ ନାହିଁ। ନବ୍ୟା ମୋ ଝିଅର ସ୍କୁଲ୍ ସାଙ୍ଗ। ତାଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଗୁଜବ।’
ନିକଟରେ ନବ୍ୟାଙ୍କ ଏକ ଇନ୍ଷ୍ଟା ପୋଷ୍ଟ୍କୁ ନେଇ ମିଜାନଙ୍କ ସହ ତାଙ୍କ ସଂପର୍କକୁ ନେଇ ଲୋକେ ଆହୁରି ସନ୍ଦେହ କରିବା ଆରମ୍ଭ କରିଥିଲେ। ନବ୍ୟା ଇନ୍ଷ୍ଟାରେ ତାଙ୍କର ଏକ ଫଟୋ ଦେଇଥିଲେ। ସେହି ଫଟୋରେ ମିଜାନ କମେଣ୍ଟ୍ ଦେଇଥିଲେ, ‘ଫଟୋଟି କିଏ ଉଠାଇଛି’, ଯେଉଁଥିରେ ନବ୍ୟା ଉତ୍ତର ରଖିଥିଲେ, ‘ମୋ ବ୍ୟକ୍ତିଗତ ଫଟୋଗ୍ରାଫର୍’। ଏହି ଫଟୋରେ ମିଜାନ ନିଜେ ଉଠାଇ ଏପରି କମେଣ୍ଟ୍ ଦେଇଥିବା ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା।