ନୂଆଦିଲ୍ଲୀ: ନିର୍ଦ୍ଦେଶକ ଐଶ୍ବର୍ଯ୍ୟା ରଜନୀକାନ୍ତ ଏବଂ ଅଭିନେତା-ନିର୍ଦ୍ଦେଶକ ଧନୁଷ ପରସ୍ପରକୁ ଛାଡ଼ପତ୍ର ଦେଇସାରିଛନ୍ତି। ବିବାହର ୨୦ବର୍ଷ ପରେ ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏବେ ଛାଡ଼ପତ୍ର ପରେ ଧନୁଷଙ୍କୁ ତାଙ୍କର ନୂଆ ପ୍ରେମିକା ମିଳିଥିବା ଚର୍ଚ୍ଚା ହେଉଛି। ବିବାହ ବିଚ୍ଛେଦ ପରେ ଧନୁଷ ପୁଣି ଥରେ ପ୍ରେମ କରିବା ଆରମ୍ଭ କରିଥିବା ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ଧନୁଷ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ଡେଟ୍ କରୁଛନ୍ତି। ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ମୁତାବକ, ମୃଣାଲ ଅଗଷ୍ଟ ୧ ତାରିଖରେ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ। ଧନୁଷ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ। ଏହି ପାର୍ଟିରେ ଦୁହେଁ ପରସ୍ପରର ଅତି ନିକଟତର ହୋଇ କଥା ହେଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ଭିଡିଓରେ ଧନୁଷ, ମୃଣାଲଙ୍କ ହାତ ଧରି କଥା ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଦୁହେଁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Dhanush and Mrunal Thakur are dating? pic.twitter.com/ItWYJdsm8a
— Aryan (@Pokeamole_) August 3, 2025
ପୂର୍ବରୁ ଜୁଲାଇ ୨୦୨୫ରେ, ଧନୁଷ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ 'ତେରେ ଇସ୍କ ମେଁ'ର ସୁଟିଂ ଶେଷ କରିଥିଲେ। ଏହି ଫିଲ୍ମର ରାପ୍-ଅପ୍ ପାର୍ଟିରେ ଅଭିନେତ୍ରୀ ତମନ୍ନା ଭାଟିଆ, ଭୂମି ପେଡନେକର, କନିକା ଢିଲୋନ୍ ଏବଂ ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଥିଲା।
ଏହା ପରେ, କାଜୋଲଙ୍କ ଫିଲ୍ମ "ମା"ର ସ୍କ୍ରିନିଂରେ ଧନୁଷ ଏବଂ ମୃଣାଲଙ୍କୁ ସାଥିରେ ଦେଖିବାକୁ ମିଳିଥିଲା। ତା'ପରେ ଉଭୟଙ୍କୁ "ସନ୍ ଅଫ୍ ସର୍ଦ୍ଦାର" ଫିଲ୍ମର ପ୍ରିମିୟରରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ଏସବୁ ଦୁହିଁଙ୍କ ଡେଟିଂ ଚର୍ଚ୍ଚାକୁ ବଢ଼ାଇଥିବା ବେଳେ ଦୁହେଁ ଏହି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/06/new-project-3-2025-08-06-14-16-30.jpg)