ପୂର୍ବ ପ୍ରେମିକ ଶିଖରଙ୍କୁ ପୁଣି ଡେଟ୍‌ କରିବା ଆରମ୍ଭ କରିଛନ୍ତି କି ଜାହ୍ନବୀ?

ନୂଆଦିଲ୍ଲୀ: ସାରା ଦେଶ ଦୀପାବଳି ପାଇଁ ଉତ୍ସବମୁଖର ହୋଇ ଉଠିଥିବା ବେଳେ ବଲିଉଡ୍‌ ସେଲିବ୍ରେଟିମାନେ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଦୀପାବଳି ଅବସରରେ ବଲିଉଡ୍‌ ‌ସେଲିବ୍ରେଟିମାନେ ଏବେ ବିଭିନ୍ନ ପାର୍ଟିରେ ପହଞ୍ଚୁଥିବାର ଭିଡିଓ ଦେଖିବାକୁ ମିଳୁଛି। ଏହି ଅବସରରେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ତାଙ୍କ ପୂର୍ବ ପ୍ରେମିକ ଶିଖର ପହରିୟାଙ୍କ ସହ ଦେଖି ଲୋକେ ଚକିତ ହୋଇ ପଡ଼ିଛନ୍ତି।

ଲେଖକ ତଥା ପ୍ରଯୋଜକ ଅମୃତ ପାଲ ବିନ୍ଦ୍ରା ଦୀପାବଳି ଅବସରରେ ଏକ ପାର୍ଟିର ଆୟୋଜନ କରିଥିବା ବେଳେ ଏଠାରେ ନଜର ଆସିଥିଲେ ଜାହ୍ନବୀ। ତେବେ ତାଙ୍କ ସହ ନଜର ଆସିଥିଲେ ତାଙ୍କର ତଥାକଥିକ ପ୍ରେମିକ ଶିଖର ପହରିୟା। ସେମାନଙ୍କର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଜାହ୍ନବୀ ଏକ ଶାଢ଼ି ପରିଧାନ କରି ଡ୍ରାଇଭର୍‌ ସିଟ୍‌ କଡ଼ରେ ନଜର ଆସିଛନ୍ତି। ଗାଡ଼ିକୁ ଚଳାଉଛନ୍ତି ଶିଖର। ଜାହ୍ନବୀ କ୍ୟାମେରାମ୍ୟାନ୍‌ଙ୍କୁ ଦେଖି ହସୁଥିବାର ବି ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by Viral Bhayani (@viralbhayani)

ନିକଟ ଅତୀତରେ କଫି ଉଇଥ୍‌ କରଣରେ ଜାହ୍ନବୀ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ୨ ଭାଇଙ୍କୁ ଡେଟ୍‌ କରୁଥିବା କଥା କହିଥିଲେ କରଣ। ଆପଣ ଜାଣନ୍ତି ଯେ ଜାହ୍ନବୀ କପୁର ଓ ସାରା ଅଲ୍ଳୀ ଖାନ୍‌ ଦୁହେଁ ଖୁବ୍ ଭଲ ବନ୍ଧୁ। ତେବେ କରଣ ତାଙ୍କ ସୋ’ରେ ସେମାନଙ୍କ ସଂପର୍କରେ ଏକ ବ୍ୟକ୍ତିଗତ କଥାକୁ ବି ଉଲ୍ଳେଖ କରିଥିଲେ। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସେ ଦୁଇ ଭାଇ କିଏ? ସେ ଦୁହେଁ ହେଉଛନ୍ତି ବୀର ପହରିୟା ଓ ଶିଖର ପହରିୟା। ସୋସିଆଲ୍‌ ମିଡିଆରେ ଜାହ୍ନବୀ ଓ ସାରାଙ୍କର ପହରିୟା ବ୍ରଦର୍ସଙ୍କ ସହ ଅନେକ ଫଟୋ ଅଛି।

ସମ୍ବନ୍ଧିତ ଖବର