ପ୍ରିୟଙ୍କାଙ୍କ ଏଭଳି ଫଟୋ ଭାଇରାଲ ହେବା ପରେ ଗର୍ଭବତୀ ଥିବା ନେଇ ହୋଇଥିଲା ଚର୍ଚ୍ଚା, ସତ ଜାଣିବା ପାଇଁ ମା’ ମଧୁ ପ୍ରିୟଙ୍କାଙ୍କୁ ଫୋନ କରିବା ପରେ ସାମ୍ନାକୁ ଆସିଲା ଏଭଳି ଫଟୋ ପଛର କାରଣ

ମୁମ୍ବାଇ: ବିବାହ ପରେ ଏବେ ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଏକ ଇଭେଣ୍ଟରେ ଯୋଗ ଦେଇଥିବା ସମୟର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ସେ ଗର୍ଭବତୀ ଥିବା ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ । ଫଟୋରେ ପ୍ରିୟଙ୍କାଙ୍କ ପେଟ ଟିକେ ଫୁଲିବା ଭଳି ନଜର ଆସୁଥିବାରୁ ଲୋକେ ଏଭଳି ଭାବିିଥିବା ଜଣା ପଡ଼ିଛି ।

aajtak.intoday.in

ଧୀରେ ଧୀରେ ଚର୍ଚ୍ଚା ବଢ଼ିବା ପରେ ପ୍ରକୃତରେ ସତ କ’ଣ ତାହା ଜାଣିବା ପାଇଁ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ତାଙ୍କୁ କଲ୍‌ କରି ଏ ବିଷୟରେ ପଚାରିଥିଲେ । ଯାହା ପରେ ଫଟୋ ପଛରେ ଥିବା ରାଜ୍‌ର ଖୁଲାସା ହୋଇଥିଲା । ମୁଁ ଟିକେ ଥକି ଯାଇଥିଲି । ଯାହା ପାଇଁ ମୁଁ ଫଟୋରେ ଟିକେ ସୁସ୍ଥିଆ ଲାଗୁଛି । ଏହା ସହ କ୍ୟାମେରାର ଆଙ୍ଗେଲ ଭୁଲ ଥିବାରୁ ଏଭଳି ଫଟୋ ଆସି ଯାଇଥିବା ନିଜ ମା’ଙ୍କୁ କହିଥିଲେ ପ୍ରିୟଙ୍କା । ଯାହା ପରେ ତାଙ୍କ ମା’ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଲୋକମାନଙ୍କ ଭ୍ରମ ଦୂର କରିଥିଲେ ।

ସମ୍ବନ୍ଧିତ ଖବର