ଶ୍ରୀଦେବୀଙ୍କ ଚରିତ୍ର ମିଳିବା ପରେ ଖୋଲିଲା ଅଭିନେତ୍ରୀଙ୍କ ଭାଗ୍ୟ,୨୦ମିନିଟ୍‌ ପାଇଁ ନେଉଛନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ଏନ୍‌ଟିଆର ବାୟୋପିକ୍‌ରେ ବଲିଉଡ୍‌ର ଚାନ୍ଦନୀ ଶ୍ରୀଦେବୀଙ୍କ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତ୍ରୀ ରାକୁଲ ପ୍ରୀତ । ଏହି ଚରିତ୍ର ମିଳିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମରେ ସେ ୨୦ ମିନିଟ୍‌ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ନେଉଥିବା ଜଣାପଡ଼ିଛି । ଏହି ଫିଲ୍ମରେ ତାଙ୍କର ୨୦ ମିନିଟ୍‌ର ଦୃଶ୍ୟ ରହିଥିବା ବେଳେ କିଛି ଦିନ ତଳେ ଫିଲ୍ମରେ ଥିବା ତାଙ୍କ ଶ୍ରୀଦେବୀ ଲୁକ୍‌କୁ ରିଲିଜ୍‌ ମଧ୍ୟ କରାଯାଇଥିଲା । ଏହି ଫିଲ୍ମ ଦୁଇଟି ଭାଗରେ ରିଲିଜ୍‌ କରାଯିବାକୁ ଥିବା ବେଳେ ୨୦ମିନିଟ୍‌ ପାଇଁ ରାକୁଲ ଏକ କୋଟି ଟଙ୍କା ନେଉଥିବା ଜଣା ପଡ଼ିଛି । ଏନ୍‌ଟିଆର୍‌ଙ୍କ ସହିତ ଶ୍ରୀଦେବୀ ୨୦ଟି ଫିଲ୍ମ କରିଥିବା ବେଳେ ଏବେ ତାଙ୍କ ବାୟୋପିକ୍‌ରେ ଦର୍ଶକେ ପୁଣି ସେହି ପୁରୁଣା ଦିନକୁ ମନେ ପକାଇ ପାରିବେ ।

ସୂଚନା ମୁତାବକ,ରାକୁଲ ନିଜ ଜନ୍ମଦିନରେ ଫିଲ୍ମରେ ଥିବା ନିଜ ଲୁକ୍‌ର ଏକ ଫଟୋ ପୋଷ୍ଟ କରିଥିଲେ । ଫିଲ୍ମର ପ୍ରଥମ ଭାଗ ଜାନୁଆରୀ ୯,୨୦୧୮ରେ ରିଲିଜ୍‌ ହେବାକୁ ଥିବା ବେଳ ଏହାର ଦ୍ୱିତୀୟ ଭାଗ ଗଣତନ୍ତ୍ର ଦିବସରେ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ଏହି ଫିଲ୍ମ ବିଦ୍ୟା ଏନ୍‌ଟିଆର୍‌ଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର