ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଆର୍ଯ୍ୟନ, ଲଣ୍ଡନରେ ରହୁଥିବା ଏହି ଯୁବତୀଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଏବେ ଦୁଇଟି ଖବରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମଟି ହେଲା ସେ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ରେ ଥିବା ସିମ୍ବା ଚିରିତ୍ର ପାଇଁ ନିଜର ସ୍ୱର ଦେଇଛନ୍ତି । ଏହା ଗତ ଶୁକ୍ରବାର ରିଲିଜ୍‌ ହୋଇ ସାରିଛି । ଦ୍ୱିତୀୟଟି ହେଉଛି ଆର୍ଯ୍ୟନ ଏବେ ଲଣ୍ଡନରେ ରହୁଥିବା ଜଣେ ଯୁବତୀଙ୍କୁ ଡେଟ୍‌ କରିବା ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ୨୧ବର୍ଷୀୟ ଆର୍ଯ୍ୟନ ଲଣ୍ଡନର ଜଣେ ବ୍ଲଗରଙ୍କୁ ଡେଟ୍‌ କରୁଛନ୍ତି । ଆର୍ଯ୍ୟନଙ୍କ ମା’ ଗୌରୀ ଖାନ୍‌ ମଧ୍ୟ ଆର୍ଯ୍ୟନଙ୍କ ପ୍ରେମିକାଙ୍କୁ ଭେଟି ସାରିଥିବା ବେଳେ ତାଙ୍କୁ ମଧ୍ୟ ସେ ପସନ୍ଦ ଆସିଥିବା ଜଣା ପଡ଼ିଛି ।

indiatoday.in

ଅଭିନୟରେ କ୍ୟାରିୟର କରିବା ନେଇ ଦେଖିବାକୁ ଗଲେ, ଅଭିନୟ ଅପେକ୍ଷା ଆର୍ଯ୍ୟନ ଫିଲ୍ମ ନିର୍ମାଣ କ୍ଷେତ୍ରରେ ନିଜର କ୍ୟାରିୟର କରିବାକୁ ଅଧିକ ପସନ୍ଦ କରୁଥିବା କହିଛନ୍ତି ଶାହାରୁଖ୍‌ । କିଛି ଦିନ ତଳେ ଶାହାରୁଖ୍‌ ନିଜ ପୁଅକୁ ବଲିଉଡ୍‌ରେ ନୁହେଁ ବରଂ ହଲିଉଡ୍‌ରେ ଡେବ୍ୟୁ କରାଇବାକୁ ଯାଉଥିବା ନେଇ ସୂଚନା ମିଳିଥିଲା । ତେବେ ସେ କେଉଁ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବେ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର