ଫିଲ୍ମ ‘ସିମ୍ବା’ ରିଲିଜ୍‌ ହେବା ପରେ ସ୍ୱାମୀ ରଣବୀର ସିଂହଙ୍କୁ ଘରେ ଦେଖି ଏହି କଥା କହୁଛନ୍ତି ଦୀପିକା ପାଦୁକୋନ୍‌

ମୁମ୍ବାଇ : ଗତ ରବିବାର ମୁମ୍ବାଇରେ ‘ଉମଙ୍ଗ ୨୦୧୯’ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିନେତା ରଣବୀର ସିଂହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପ୍ରଥମେ ସେ ପିନ୍ଧିଥିବା ନିଜର ଭିନ୍ନ ପୋଷାକ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସବୁ ବେଳେ ନିଜର ପୋଷାକ ପାଇଁ ଚର୍ଚ୍ଚାରେ ରହୁଥିବା ରଣବୀର ଉମଙ୍ଗ ୨୦୧୯ କାର୍ଯ୍ୟକ୍ରମରେ ଏକ ଟାଇଗର ପ୍ରିଣ୍ଟର ପୋଷାକ ପିନ୍ଧିଥିଲେ, ଯାହା ସମସ୍ତଙ୍କଠାରୁ ଭିନ୍ନ ଥିଲା। ପ୍ରଥମେ ରଣବୀରଙ୍କ ପୋଷାକ ସମସ୍ତଙ୍କ ମନୋରଞ୍ଜନ କରିଥିବା ବେଳେ ପରେ ଷ୍ଟେଜ୍‌ ଉପରେ ରୋହିତ୍‌ ସେଟ୍ଟୀ, ଅକ୍ଷୟ କୁମାର,ଅଜୟ ଦେବଗନ୍‌ ଏବଂ ରଣବୀର ସିଂହଙ୍କ ମଧ୍ୟରେ ହୋଇଥିବା ମଜାଦାର କଥାବାର୍ତ୍ତା ସମସ୍ତଙ୍କର ମନୋରଞ୍ଜନ କରିଥିଲା ।

ଏହି ସମୟରେ ରଣବୀର ସିମ୍ବାର ରିଲିଜ୍‌ ପରେ ଦୀପିକା ତାଙ୍କୁ ଘରେ କ’ଣ ଡ଼ାକୁଛନ୍ତି ସେ ବିଷୟରେ କହିଥିଲେ। ଫିଲ୍ମ ସିମ୍ବା ରିଲିଜ୍‌ ହେବା ପରେ ମୋ ଜୀବନ ବଦଳିଛି । ରୋହିତ୍‌ ସେଟ୍ଟୀ ସାର୍‌,ଆପଣ ମୋତେ ନୂଆ ପରିଚୟ ଦେଇଛନ୍ତି । ଏବେ ଘରକୁ ଗଲେ ଦୀପିକା ସିମ୍ବାର ଗୀତ ‘ଆୟା ପୁଲିସ’ ଗାଇବାକୁ ଲାଗୁଛନ୍ତି ବୋଲି ରଣବୀର କହିଥିଲେ, ଯାହାକୁ ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗିଥିଲେ ।

ସମ୍ବନ୍ଧିତ ଖବର