ଡିସେମ୍ବରରେ ହେବ କି ଅମ୍ବାନୀ ପରିବାରର ଗ୍ରାଣ୍ଡ୍‌ ବିବାହ? ଜାଣନ୍ତୁ ଆକାଶ ନା ଇଶା, ଭାଇଭଉଣୀଙ୍କ ଭିତରୁ କାହା ପାଳି ଆଗ!

ମୁମ୍ବାଇ: ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସୁକନ୍ୟା ଇଶା ଅମ୍ବାନୀଙ୍କ ବିବାହ ଖୁବ୍‌ ଶୀଘ୍ର ଆନନ୍ଦ ପିରାମଲ୍‌ଙ୍କ ସହ ହେବ ବୋଲି ଆଶା କରାଯାଉଛି। ଏବର୍ଷ ବହୁଚର୍ଚ୍ଚିତ ବିବାହ ଚଳିତବର୍ଷ ଶେଷ ଅର୍ଥାତ ଡିସେମ୍ବରରେ ହେବ ବୋଲି ଶୁଣିବାକୁ ମିଳୁଛି।

ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧ ଶ୍ଳୋକା ମେହେତାଙ୍କ ସହ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଅୟୋଜିତ ହେବା ପରେ ଇଶାଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା। ଜାଣିବାକୁ ମିଳିଛି ଯେ ଆନନ୍ଦ ଇଶାଙ୍କୁ ମହାବଳେଶ୍ୱର ମନ୍ଦିରରେ ପ୍ରେମ ନିବେଦନ କରିଥିଲେ।

ଯଦିଓ ପୂର୍ବରୁ ପ୍ରକାଶ ପାଇଥିଲା କି ଭଉଣୀ ଇଶାଙ୍କ ପୂର୍ବରୁ ଆକାଶ ତାଙ୍କ ପ୍ରେମିକା ଶ୍ଳୋକାଙ୍କୁ ବାବହ କରିବେ। ମାତ୍ର ଏବେ ଜାଣିବାକୁ ମିଳିଛି ଯେ ଇଶା ହିଁ ପ୍ରଥମେ ବିବାହ କରିପାରନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଇଶା ଏବଂ ଆନନ୍ଦ ବିଶ୍ୱର ଏକ ସୁନ୍ଦର ସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।

ଆହୁରି ବି ଜାଣିବାକୁ ମିଳିଛି ଯେ ପିରାମିଲ୍‌ ଏବଂ ଅମ୍ବାନୀ ପରିବାର ରାଜସ୍ତାନର ଉଦୟପୁରରେ ପ୍ରି-େଓ୍ଵଡିଂ ଉତ୍ସବ ପାଳନ କରିବେ। ନଭେମ୍ବର ଶେଷ ଦୁଇ ସପ୍ତାହ ଓ ଡିସେମ୍ବର ପ୍ରଥମ ସପ୍ତାହରେ ଏହି ଉତ୍ସବ ହେବ ବୋଲି ସୂଚନା ରହିଛି।

ଉତ୍ସରୁ ଜାଣିବାକୁ ମିଳିଛି ଯେ ଏହି ଉତ୍ସବରେ ବଲିଉଡ୍‌ର ବଡ଼ ବଡ଼ ତାରକାମାନେ ଯୋଗ ଦେବେ। ଏହି ଗ୍ରାଣ୍ଡ୍‌ ବିବାହ ଚଳିତବର୍ଷ ଡିସେମ୍ବର ୧୨ ତାରିଖରେ ହୋଇପାରେ।

୨୦୧୯ ମସିହା ମାର୍ଚ ମାସରେ ଆକାଶ ଅମ୍ବାନୀ ଓ ଶ୍ଳୋକା ମେହେତା ବିବାହ କରିବେ ବୋଲି ପ୍ରକାଶ ପାଇଥିବା ଖବର ଗୁଜବ ବୋଲି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର