ଈଶା ଅମ୍ବାନୀଙ୍କ ପାର୍ଟିରେ ଲାଇମ୍‌ଲାଇଟ୍‌ ଚୋରାଇଲା ପ୍ରିୟଙ୍କାଙ୍କ ୮ କୋଟିର ‘ନେକ୍‌ଲେସ୍‌’

ମୁମ୍ବାଇ: ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ଗ୍ଲୋବାଲ୍‌ ଆଇକନ୍‌। ନିଜର ଫେସନ ସେନ୍ସ ପାଇଁ ସେ ସର୍ବଦା ଲାଇମ୍‌ଲାଇଟ୍‌ ଚୋରେଇ ନେଇଥାନ୍ତି। କେବେ ନିଜର ପୋଷାକ ତ କେବେ କେଶବିନ୍ୟାନ, କେବେ ପିନ୍ଧିଥବା ଜୋତା ତ ପୁଣି କେବେ ପରିଧାନ କରିଥିବା ଅଳଙ୍କାରକୁ ନେଇ ଲାଇମ୍‌ଲାଇଟ୍‌ ଚୋରେଥାଆନ୍ତି ପ୍ରିୟଙ୍କା।

ନିକଟରେ ସେ ପିନ୍ଧିଥିବା ଏକ ‘ନେକଲେସ୍‌’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପ୍ରିୟଙ୍କା ଗତକାଲି (ମାର୍ଚ ୧୫) ତାରିଖରେ ଈଶା ଅମ୍ବାନୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ହୋଲି ପାର୍ଟିରେ ନଜର ଆସିଥିଲେ। ପାର୍ଟିରେ ସେ ଗୋଲାପୀ ରଂଗର ହାଇ ହିଲ୍ସ ଏବଂ ଶାଢ଼ି ପରିଧାନ କରିଥିଲେ। ତାହାକୁ ସେ ସମାନ ରଂଗର ‘ଡିପ୍‌ ନେକ୍‌ କଟ୍‌’ ବ୍ଲାଉଜ୍‌ ସହ ପିନ୍ଧି ନିଜ ଲୁକ୍‌କୁ ପୂରା କରିଥିଲେ।

ତାଙ୍କ ଲୁକ୍‌ରେ ସେ ବେଶ୍‌ ଆକର୍ଷଣୀୟ ଦିଶୁଥିଲେ। ହେଲେ ଲୋକଙ୍କ ନଜର ସବୁଠାରୁ ଅଧିକ ଯାଇଥିଲା ପ୍ରିୟଙ୍କାଙ୍କ ନେକଲେସ୍‌ ଉପରକୁ। ତାଙ୍କ ‘ନେକ୍‌ଲେସ୍‌’ ନାଲି ଓ ନିଳ ରଂଗର ପଥର ବସିଛି। ଏହାବ୍ୟତୀତ ଏଥିରେ ହୀରା ବି ଖୋଦିତ ହୋଇଥିବାର ଦେଖିବାକୁ ମିଳିଛି।

ଫଟୋରେ ପ୍ରିୟଙ୍କା ଯେଉଁ ‘ନେକ୍‌ଲେସ୍‌’ ପିନ୍ଧିଛନ୍ତି ତାହା ବୁଲ୍‌ଗାରି ବ୍ରାଣ୍ଡ୍‌ର। ରିପୋର୍ଟ ଅନୁସାରେ, ପ୍ରିୟଙ୍କାଙ୍କ ଏହି ‘ନେକ୍‌ଲେସ୍‌’ର ଦାମ ୮ କୋଟି ୩୩ ଲକ୍ଷ ୮୦ ହଜାର ଟଙ୍କ‌ା।

ପ୍ରିୟଙ୍କା ପାର୍ଟିରେ ଲାଇଟ୍‌ ମେକ୍‌ଅପ୍‌ ସହ ନ୍ୟୁଡ୍‌ ଲିପ୍‌ଷ୍ଟିକ୍‌ରେ ଖୁବ୍‌ ସୁନ୍ଦର ଦିଶୁଥିଲେ। ତାଙ୍କର ଏହି ଲୁକ୍‌ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

 

ସମ୍ବନ୍ଧିତ ଖବର