ମୁମ୍ବାଇ: ଦୁନିଆର ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ‘ମେଟ ଗାଲା ୨୦୨୩’ରେ ହଲିଉଡରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀମାନେ ନିଜ ଜଲୱା ଦେଖାଇଥିଲେ । ଏହି ତାଲିକାରେ କେବଳ ଅଭିନେତ୍ରୀ ନୁହଁନ୍ତି, ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ନିଜ ଲୁକରେ ସମସ୍ତ ଅଭିନେତ୍ରୀଙ୍କୁ ଟକ୍କର ଦେଇଥିଲେ। ତାଙ୍କର ସାଧାରଣ ଲୁକ ସହିତ ସେ ଧରିଥିବା ବ୍ୟାଗ ସମସ୍ତଙ୍କୁ ପସନ୍ଦ ଆସିଥିଲା। ଇଶା ଧରିଥିବା ବ୍ୟାଗ ଏବେ ଚର୍ଚ୍ଚାରେ ରହିଛି।
ନ୍ୟୁୟର୍କରେ ଆୟୋଜିତ ଫ୍ୟାସନ ଇଭେଣ୍ଟ ‘ମେଟ ଗାଲା ୨୦୨୩’ରେ ଇଶା ଅମ୍ବାନୀ ଯୋଗ ଦେଇ ନେପାଳୀ-ଆମେରିକୀୟ ଡିଜାଇନର୍ ପ୍ରବଲ ଗୁରୁଙ୍ଗଙ୍କ ଦ୍ୱାରା ପ୍ରସ୍ତୁତ କଳା ସାଟିନ୍ ଶାଢ଼ତ ଗାଉନ୍ ପିନ୍ଧିଥିଲେ । ଏହି ସମୟରେ ସେ ବେଶୀ ମେକଅପ ନେଇ ନଥିଲେ। ତାଙ୍କର ଏହି ସିମ୍ପଲ ଲୁକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏଥିସହିତ ଏହି ଇଭେଣ୍ଟରେ ଇଶା ଧରିଥିବା ଏକ ବ୍ୟାଗ ବି ସମସ୍ତଙ୍କ ଦୃଷ୍ଟିଗୋଚରକୁ ଆସିଥିଲା। ତେବେ ଏହି ବ୍ୟାଗରେ ଏକ ଟ୍ରାଡିସନାଲ ବ୍ରାଇଡଲ ଲୁକ ଥିବା କଣ୍ଢେଇର ଚିତ୍ର ଅଙ୍କା ଯାଇଥିଲା। ଏହି ବ୍ୟାଗର ମୂଲ୍ୟ ୩୦,୫୫୦ ଆମେରିକୀୟ ଡଲାର ଅର୍ଥାତ ୨୪,୯୭,୯୫୧.୩୦ ଟଙ୍କା ରହିଥିବା କୁହାଯାଉଛି।
ଇଶା ‘ମେଟ ଗାଲା’ କାର୍ଯ୍ୟକ୍ରମରେ ୨୦୧୭ରେ ଡେବ୍ୟୁ କରିଥିବା ବେଳେ ୨୦୧୯ରେ ବି ଏହି ଫ୍ୟାସନ କାର୍ଯ୍ୟକ୍ରମରେ ନଜର ଆସିଥିଲେ। ପ୍ରତିଥର ସେ ନିଜର ସ୍ବତନ୍ତ୍ର ଷ୍ଟାଇଲ ହେତୁ ଚର୍ଚ୍ଚାରେ ରହିଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/୯୦-1.png)