ସୈଫ୍‌ଙ୍କ ସହ ସେଲ୍‌ଫି ସେୟାର କରି ୨୩ବର୍ଷ ତଳର ପୁରୁଣା ରାଜ୍‌ ଖୋଲିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଡିସେମ୍ବର ୧୨ରେ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ସହ ଆନୁଷ୍ଠାନିକ ଭାବେ ବିବାହ କରିଛନ୍ତି । ଏହି ବିବାହରେ ଅନେକ ବଲିଉଡ୍‌ ଷ୍ଟାର, କ୍ରିକେଟ ଷ୍ଟାର ଏବଂ ରାଜନେତାମାନେ ଯୋଗ ଦେଇଥିବାର ଦେଖା ଯାଇଥିଲା । ତେବେ ଏହି ଭବ୍ୟ ବିବାହର ଏକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଦେଖିବାକୁ ମିଳିଛି । ଦୁହେଁ ସେଲ୍‌ଫି ନେଇଥିବା ବେଳେ ଏହାକୁ ଇନ୍‌ଷ୍ଟାରେ ସେୟାର କରି ୨୩ବର୍ଷ ପୁରୁଣା ରାଜ୍‌ ଖୋଲିଥିଲେ ସ୍ମୃତି ଇରାନୀ ।

“୨୩ବର୍ଷ ତଳେ ଜଣେ ସଂଘର୍ଷ କରୁଥିବା କଳାକାର ନୂଆ ଆସିଥିବା ଜଣେ ଯୁବତୀଙ୍କୁ ସହରରେ କେମିତି ରହିବାକୁ ହୁଏ ଜଣାଇଥିଲେ । ସେତେବେଳେ ସେ କିଛି ଏଭଳି ଉପଦେଶ ଦେଇଥିଲେ, ଯାହାକୁ ବ୍ୟବହାର କରି ଜଣେ କୌଣସି ବି ପରିସ୍ଥିତିର ସାମ୍ନା କରିପାରିବ । ତାଙ୍କୁ ଜଣା ଥିଲା ଦିନେ ଏହି ଯୁବତୀ ଷ୍ଟାର ବନିଯିବ । ସେ ସବୁ ଅଭୁଲା ସ୍ମୃତି ପାଇଁ ଧନ୍ୟବାଦ୍‌ ସୈଫ୍‌ ଅଲ୍ଲୀ ଖାନ୍‌” ବୋଲି ଲେଖିଥିଲେ ସ୍ମୃତି ଇରାନୀ ।

ସମ୍ବନ୍ଧିତ ଖବର