ହାର୍ଦିକ ପାଣ୍ଡ୍ୟାଙ୍କସହ ତାଙ୍କର ସଂପର୍କ ବିଷୟରେ ଏହା କହିଲେ ଈଶା ଗୁପ୍ତା

ମୁମ୍ବାଇ: କରଣ ଜୋହରଙ୍କ ‘କଫି ୱିଥ୍ କରଣ’ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଭାରତୀୟ କ୍ରିକେଟ୍ ଦଳର ଦୁଇ ତାରକା ଖେଳାଳି ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇଥିଲେ।
ଏକ ଟେଲିଭିଜନ ସୋ’ରେ ମହିଳାଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ରଖିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ତାରକା ଖେଳାଳି ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ମହଙ୍ଗା ପଡ଼ିଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କ ଉପରେ ନିଲମ୍ବନ ଲାଗୁ କରାଯାଇଛି। ଫଳରେ ଶନିବାରଠାରୁ ସିଡନିରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଏକ ପ୍ରକାର ବାଦ୍ ପଡ଼ିଛନ୍ତି। ଶନିବାରର ପ୍ରଥମ ମ୍ୟାଚ୍ ତାଲିକାରୁ ଉଭୟଙ୍କ ନାମକୁ ବାଦ୍ ଦିଆଯାଇଛି।
ବଲିଉଡର ହଟ୍‌ ନାୟିକା ଈଶା ଗୁପ୍ତା ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛନ୍ତି।ହେଲେ ଏବେ ସେ ହାର୍ଦିକ ପାଣ୍ଡ୍ୟାଙ୍କ ବନ୍ଧୁଭାବେ ବି ଚଚ୍ଚିତା ହୋଇଛନ୍ତି। ଏ ସଂପର୍କରେ ସାମ୍ବାଦିକମାନେ ଯେତେବେଳେ ଈଶାଙ୍କୁ ପ୍ରଶ୍ନ କଲେ ତତକ୍ଷଣାତ୍‌ ରାଗିଯାଇ ସେ କହିଲେ ‘କିଏ ଆପଣଙ୍କୁ କହିଲା ଯେ ହାର୍ଦିକ ପାଣ୍ଡ୍ୟା ମୋର ବନ୍ଧୁ ବୋଲି? ସେ ସ୍ପଷ୍ଟଭାବେ ମନା କରିଥିଲେ କି ହାର୍ଦିକ ପାଣ୍ଡ୍ୟାଙ୍କ ସହ ତାଙ୍କର କିଛି ସଂପର୍କ ନାହିଁ। ଈଶା ଗୁପ୍ତା ମୁମ୍ବାଇରେ ଗେଟ୍‌ ଡାର୍ଟିର ଲଞ୍ଚିଂ ଅବସରରେ ଏହା କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଈଶା ଗୁପ୍ତା୨୦୦୭ରେ ମିସ୍‌ ଇଣ୍ଡିଆ ଇଣ୍ଟରନେସନାଲ୍‌ ହେବାର ଗୌରବ ଅର୍ଜନ କରିଥିଲେ। ଏହାପରେ ସେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମା ହେଲା ‘ଜନ୍ନତ୍‌-୨’। ପ୍ରଥମ ସିନେମାରେ ହିଁ ଈଶା ଗୁପ୍ତା ପାଇଥିଲେ ଫିଲ୍ମ ଫେଆର ବେଷ୍ଟ ଫିମେଲ ଡେବ୍ୟୁ ଆଓ୍ଵାର୍ଡ। ଏହାପରେ ତାଙ୍କୁ ‘ଚକ୍ରବ୍ୟୁହ’, ‘ହମସକଲସ୍‌’,‘ରୁସ୍ତମ୍‌’, ରାଜ ଥ୍ରି ଡି ଏବଂ ‘ବାଦଶାହୋ’ ଆଦି ହିନ୍ଦୀ ସିନେମାରେ ଦେଖିବାକୁ ମିଳିଛିା

ସମ୍ବନ୍ଧିତ ଖବର