ମୁମ୍ବାଇ:  ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଛି। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଛି। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ନିଜ ପ୍ରେମ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ଇଶା ମାଲବୀୟ। ଏହି ସୋ’ରେ ତାଙ୍କର ପୂର୍ବତନ ପ୍ରେମିକ ଅଭିଷେକ କୁମାର ଏବଂ ବର୍ତ୍ତମାନର ପ୍ରେମିକ ସମର୍ଥ ଜୁରେଲ ଆସିଥିବା ବେଳେ ଦୁହିଁଙ୍କ ମଧ୍ୟରେ ଫସିଯାଇଛନ୍ତି ଇଶା। ପ୍ରଥମେ କୌଣସି ପ୍ରେମିକ ନଥିବା କହି ଅଭିଷେକଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଥିବା ଇଶାଙ୍କର ପର୍ଦ୍ଦାଫାଶ କରିଥିଲେ ବିଗ୍ ବସ୍। ସୋ’କୁ ବର୍ତ୍ତମାନର ପ୍ରେମିକ ସମର୍ଥ ଜୁରେଲକୁ ଆଣି ଇଶାଙ୍କ ଅସଲ ମୁଖା ବିଗ୍ ବସ୍ ଖୋଲିଥିଲେ।

Advertisment

ପ୍ରଥମେ ଇଶା ସମର୍ଥ ଜୁରେଲଙ୍କୁ ବର୍ତ୍ତମାନର ପ୍ରେମିକ ବୋଲି ମାନି ନଥିଲେ ବି ପରେ ସେ ମାନି ନେଇଥିଲେ। ଏଭଳି ଏକା ସାଙ୍ଗରେ ୨ଜଣଙ୍କୁ ଧୋକା ଦେଉଥିବାରୁ ଇଶାଙ୍କ ଭାବମୂର୍ତ୍ତି ଖରାପ ହେବାରେ ଲାଗିଛି। ଏହା ସହ ବର୍ତ୍ତମାନର ପ୍ରେମିକ ସମର୍ଥ ଜୁରେଲଙ୍କର ଅତି ନିକଟତର ହେଉଥିବାରୁ ଇଶାଙ୍କ ମା’ ଖୁସି ନଥିବା ଜଣାପଡ଼ିଛି।

ଉଡାରିଆ ଧାରାବାହିକରେ ଇଶାଙ୍କ ସହ କଳାକାର ଥିବା ଅଭିନେତା ଗୌରବ ବଟ୍ଟା ଏହି ଖୁଲାସା କରିଛନ୍ତି। ଗୌରବ କହିଛନ୍ତି ଯେ, ସୋ’ରେ ଇଶାଙ୍କ ପ୍ରଦର୍ଶନ ତାଙ୍କ ମା’ଙ୍କୁ ନିରାଶ କରିଛି। ସମର୍ଥଙ୍କ ଇଶାଙ୍କ ସମ୍ପର୍କ ବିଷୟରେ ସେ ଜାଣି ନଥିଲେ। ଦୁହେଁ ଅନେକ ସମୟରେ ଅତି ନିକଟତର ହୋଇଯାଉଥିବାରୁ ଇଶା ବାହାରକୁ ଆସିଯାଆନ୍ତୁ ବୋଲି ତାଙ୍କ ମା’ ଚାହୁଛନ୍ତି।