ଈଶାନ ଖଟ୍ଟରଙ୍କ ସହ ରୋମାନସ କରିବେ ଅନନ୍ୟା ପାଣ୍ତେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ତେ ତୃତୀୟ ଫିଲ୍ମ ପାଇଁ ସହବନ୍ଧିତ ହୋଇଛନ୍ତି।  ‘ଧଡ଼କ’ ଅଭିନେତା ଈଶାନ ଖଟ୍ଟରଙ୍କ ସହ ‘କାଲି ପିଲୀ’ରେ ସେ ଦର୍ଶକଙ୍କ ସାମନାକୁ ଆସିବେ। ଫିଲ୍ମଟି ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଉପରେ ଆଧାରିତ ଏବ˚ ପରଦାରେ ଅନନ୍ୟା-ଈଶାନ୍‌ଙ୍କ ରୋମାନ୍‌ସ ଦେଖିବାକୁ ମିଳିବ। ଅନନ୍ୟା ଏବେ ଦ୍ବିତୀୟ ଫିଲ୍ମ ‘ପତି, ପତ୍ନୀ ଔର ଓ’ର ସୁଟି˚ ପାଇଁ ଲକ୍ଷ୍ମୌରେ। ସୁଟି˚ ସାରି ସେପ୍‌ଟେମ୍ବର ପ୍ରଥମ ସପ୍ତାହରେ ମୁମ୍ବଈ ଫେରିବେ ଓ ୧୫ ତାରିଖରୁ ‘କାଲୀ ପୀଲୀ’ର ସୁଟି˚ ଆରମ୍ଭ ହେବ।

अनन्या पांडे का ये सेक्सी लुक कर देगा मदहोश, बोल्ड वीडियो हो रही वायरल (फोटो क्रेडिट- सोशल मीडिया)
image source-inkhabar

ଅଭିନେତା ଚଙ୍କି ପାଣ୍ତେଙ୍କ କନ୍ୟା ଅନନ୍ୟା ବଲିଉଡ୍‌ରେ ନୂଆ। ‘ଷ୍ଟୁଡେଣ୍ଟ୍‌ ଅଫ ଦ ଇଅର‌୍‌ ୨’ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ନୂଆ ହେବା ସତ୍ତ୍ବେ ଲମ୍ବା ପେସାଦାର ଜୀବନ ପାଇଁ ସେ ଦେଖି-ଚାହିଁ ଫିଲ୍ମ ବାଛୁଛନ୍ତି। ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ମିଳୁଛି। ଅଲୀ ଅବ୍ବାସ ଜଫରଙ୍କ ପ୍ରଯୋଜିତ ‘କାଲୀ ପୀଲୀ’ ଆସନ୍ତା ବର୍ଷ ଜୁନ୍‌ ଦ୍ବିତୀୟ ସପ୍ତାହରେ ହଲ୍‌କୁ ଆସିବ।

ସମ୍ବନ୍ଧିତ ଖବର