ସଂଜୟଲୀଲା ଭଂସାଲୀଙ୍କ ଫିଲ୍ମରେ ଇଶାନ୍‌ ଖଟ୍ଟର !

ମୁମ୍ବାଇ:ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶ ସଂଜୟ ଲୀଲା ଭଂସାଲୀଙ୍କ ସହ କିଏ ବା କାମ ନ କରିବାକୁ ଚାହେଁ। ବଲିଉଡର ସବୁ ସୁପରଷ୍ଟାର ବି ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଆଗ୍ରହ ଦେଖାଇଥାନ୍ତି। ଏଭଳି ପରିସ୍ଥିତିରେ ଅପେକ୍ଷାକୃତ ନୂଆ ନାୟକ ଇଶାନ୍‌ ଖଟ୍ଟର ବା କେମିତି ଏଥିରୁ ବାଦ୍‌ ପଡ଼ନ୍ତେ।
ଇଶାନ୍‌ ଖଟ୍ଟର ଏବେ ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ସିନେମାରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। ସଂଜୟ ପୂର୍ବରୁ ସେହି ସିନେମାରେ ରଣବୀର ସିଂହଙ୍କୁ ନାୟକ ଭୂମିକାରେ ନେବେ ବୋଲି ସ୍ଥିର କରିଥିଲେ। ମାତ୍ର ଏବେ ରଣବୀରଙ୍କ ହାତରେ ଡେଟ୍‌ସ ନଥିବା ହେତୁ ତାଙ୍କ ପରିବର୍ତ୍ତେ ଇଶାନ୍‌ଙ୍କୁ ନେବା ଲାଗି ମନ ବଳାଇଛନ୍ତି ସଂଜୟ ଳୀଲା ଭଂସାଲୀ ବୋଲି ଚର୍ଚ୍ଚା ହେଉଛି।

ଆହୁରି ମଧ୍ୟ କୁହାଯାଉଛି ଯେ, ଇତିମଧ୍ୟରେ ଇଶାନ୍‌ ଖଟ୍ଟର ଓ ସଂଜୟ ଲୀଲା ଭଂସାଲୀଙ୍କ ମଧ୍ୟ ସାକ୍ଷାତ ଆଲୋଚନା ହୋଇଛି। ଇଶାନ୍‌ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଥିବା କୁହାଯାଉଛି। ଇଶାନ ଖଟ୍ଟର ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଶାହିଦ୍‌ କପୁରଙ୍କ ସାନ ଭାଇ ଏବଂ ତାଙ୍କର ଦୁଇଟି ସିନେମା ‘ବିଅଣ୍ଡ ଦ କ୍ଲାଉଡ୍‌ସ’ ଏବଂ ‘ଧଡକ୍‌’ ରିଲିଜ୍‌ ହୋଇଛି। ତେବେ ଏହି ନୂଆ ସିନେମା ସଂପର୍କରେ ଇଶାନ ବା ସଂଜୟଲୀଲା ଭଂସାଲୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର