ନ୍ୟୁୟର୍କ ରେସ୍ତୋରାଁରେ ଋଷି କପୁରଙ୍କୁ ଆମେରିକୀୟ ଭାବିଲେ େଓ୍ଵଟର

ନୂଆଦିଲ୍ଲୀ: ନ୍ୟୁୟର୍କରେ ଅଭିନେତା ଋଷି କପୁର ନିଜର କର୍କଟ ଚିକିତ୍ସା କରୁଛନ୍ତି। ଏହି ସମୟରେ ତାଙ୍କ ପତ୍ନୀ ନୀତୁ ସିଂହ ବି ତାଙ୍କ ସହିତ ସେଠାରେ ରହୁଛନ୍ତି। ନିକଟରେ ଋଷି କପୁର ଗତ ଏକ ବର୍ଷ ଭିତରେ ତାଙ୍କ ସହିତ କ’ଣ କ’ଣ ଘଟିଛି ସେ ବିଷୟରେ ଆଲୋଚନା କରିଛନ୍ତି। ଏହି ସମୟରେ ଅଭିନେତା କହିଥିଲେ କି କିପରି ତାଙ୍କୁ ଜଣେ ଆମେରିକୀୟ ନାଗରିକ ରେସ୍ତୋରାଁରେ େଓ୍ଵଟର ବୋଲି ଭାବି ନେଇଥିଲେ।

ଅନେକ ଟ୍ୟାକ୍ସିବାଲା ତାଙ୍କ ଠାରୁ ଭଡା ନିଅନ୍ତି ନାହିଁ, କେବଳ ଗୋଟିଏ ଜିନିଷ ମାଗି ଥାଆନ୍ତି। ତାହା ହେଉଛି ସେମାନଙ୍କ ପସନ୍ଦର ଅଭିନେତା ସହିତ ସେଲଫି ନେବା। ଏକଦା ରେସ୍ତୋରାଁରେ ଜଣେ ଆମେରିକୀୟ ତାଙ୍କୁ ପୂର୍ବତନ େଓ୍ଵଟର ଭାବି ନେଇଥିଲେ। ଋଷି ଦ୍ୱିପହର ଖାଦ୍ୟ ଖାଇବା ପାଇଁ ରେସ୍ତୋରାଁ ପହଁଞ୍ଚିଥିଲେ। ସେଠାରେ ଅଧିକାଂଶ େଓ୍ଵଟର ବଙ୍ଗଳାଦେଶୀ ଥିଲେ। େଓ୍ଵଟର ଋଷି କପୁରଙ୍କୁ ଚିହ୍ନ ନେଇଥିଲେ ଓ ତାଙ୍କ ସହିତ ହାତ ମିଳାଇଥିଲେ। ରେସ୍ତୋରାଁରେ ବସିଥିବା ଜଣେ ଆମେରିକୀୟ ଏସବୁ ଦେଖୁଥିଲେ। ସେ ଭାବୁଥିଲା କି ଏହି ବ୍ୟକ୍ତି ଜଣକ କିଏ?

ଶେଷରେ ସେ ଜଣେ େଓ୍ଵଟରକୁ ଡକାଇ ପଚାରିଥିଲେ କି ତୁମେ ଯାହାଙ୍କ ସହିତ ହାତ ମିଳାଉଛ ଯେ ଜଣେ େଓ୍ଵଟର କି? ସେତେବେଳେ ଉକ୍ତ େଓ୍ଵଟର ଜଣକ ସେହି ବ୍ୟକ୍ତିଙ୍କୁ କହିଥିଲେ କି ସେ ହେଉଛନ୍ତି ବଲିଉଡ୍‌ର ସୁପରଷ୍ଟାର।

ସମ୍ବନ୍ଧିତ ଖବର