ଈଶିତାଙ୍କ ପସନ୍ଦ ଐଶ୍ୱର୍ଯ୍ୟା

ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ‘ବୁକ୍ ଥ୍ରୀ ୱିମେନ’ ଏବେ ଏକ ଚଳଚ୍ଚିତ୍ରରେ ରୂପାନ୍ତରିତ ହେବାକୁ ଯାଉଛି। ଏଥିରେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟବଚ୍ଚନ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବେ। ମଣିରତ୍ନମ୍‌ଙ୍କ ନିର୍ଦ୍ଦେଶିତ ‘ପନ୍ନିୟିନ୍ ସେଲଭେନ୍’ରେ କାର୍ତ୍ତୀ, ଜୟମ୍ ରବି, ବିକ୍ରମ, ଶୋଭିତା ଧୂଲିପାଲା, ପ୍ରଭୁ, ଶରତ କୁମାର, ଜୟରାମ, ପ୍ରକାଶ ରାଜ, ତ୍ରିଶା, ଐଶ୍ବର୍ଯ୍ୟା ଲକ୍ଷ୍ମୀ, ଜୟଚିତ୍ର, ରହମାନ୍, ବିକ୍ରମ ପ୍ରଭୁ, ଅଶ୍ୱିନୀ କାକାମାନୁ, ବିଜୟ ୟେଶୁଦାସ, ଲାଲ୍, ନାସିର, କିଶୋର, ନିହାଲଗାଲ ରବି, ରିୟାଜ୍ ଖାନ୍, ମୋହନ ରମଣ, ଅର୍ଜୁନ ଚିଦାମ୍ବରମ୍, ବାବୁ ଆଣ୍ଟୋନି, ବିନୋଦିନୀ, ବାଲାଜୀ ଶକ୍ତିଭେଲ, ପାର୍ଥୀବନ୍ ପ୍ରମୁଖ ଦକ୍ଷିଣୀ ସିନେଜଗତର ନାମୀଦାମୀ ତାରକା ଅଛନ୍ତି। ଏଥିରେ ତ ପ୍ରମୁଖ ଭୂମିକାରେ ଅଛନ୍ତି ଐଶ୍ୱର୍ଯ୍ୟା ପୁଣି ସେ ଏବେ ପୁଣି ଇଣ୍ଡୋ-ଆମେରିକାନ୍ ଫିଲ୍ମରେ ଅଫର୍ ପାଇଛନ୍ତି।

ରବୀନ୍ଦ୍ରନାଥଙ୍କ ରଚିତ ‘ଥ୍ରୀ ୱିମେନ୍’ର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଐଶ୍ୱର୍ଯ୍ୟା ପ୍ରମୁଖ ଚରିତ୍ରରେ ଉଭା ହେବେ। ଏହାର ମଙ୍ଗ ଧରିଛନ୍ତି ଥିଏଟର ଲେଖକ-ନିର୍ଦ୍ଦେଶକ ଈଶିତା ଗାଙ୍ଗୁଲୀ। ଈଶିତା କହିଛନ୍ତି ଏଇ ଚଳଚ୍ଚିତ୍ରରେ ଐଶ୍ ହିଁ ମୁଖ୍ୟ ନାୟିକା ସାଜିବେ। ଶୁଣାଯାଉଛି ଏହାର ଶୀର୍ଷକ ‘କାଦମ୍ବରୀ ଦେବୀ’ ରହିପାରେ। କାଦମ୍ବରୀ ହେଉଛନ୍ତି ରବୀନ୍ଦ୍ରନାଥଙ୍କ ଭାଉଜ। କାହାଣୀ ଶୁଣିବା ପରେ ଐଶ୍ୱର୍ଯ୍ୟା ଯେତିକି ଉତ୍ସାହିତ ହେଇଛନ୍ତି ନିର୍ଦ୍ଦେଶିକା ଈଶିତା ମଧ୍ୟ ଐଶଙ୍କୁ ସେତିକି କୃତଜ୍ଞତା ଜଣାଇଛନ୍ତି। ଯଦିଓ ନିର୍ଦ୍ଦେଶିକା ଈଶିତା ଏହାକୁ ହିନ୍ଦୀ ଭାଷାରେ ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ଐଶ୍ୱର୍ଯ୍ୟା ତାଙ୍କୁ ହିନ୍ଦୀ ସହିତ ଏହାକୁ ଇଂରାଜୀ ଭାଷାରେ ମଧ୍ୟ ଡବ୍ କରିବାକୁ ପରାମର୍ଶ ଦେଇଛନ୍ତି। ଐଶଙ୍କ ପରାମର୍ଶରେ ଈଶିତା ଏହାକୁ ଇଣ୍ଡୋ-ଆମେରିକାନ୍ ଫିଲ୍ମରେ ରୂପାନ୍ତରଣ କରିବାକୁ ଯାଉଛନ୍ତି। ସବୁଠୁ ବଡ଼କଥା ହେଉଛି ଏଇ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଏ.ଆର୍. ରେହମନ୍। ଏହାର ସୁଟିଂ ହାଇଦ୍ରାବାଦ, ଥାଇଲାଣ୍ଡ, ମଧ୍ୟପ୍ରଦେଶ, ପୁଡୁଚେରି ଓ ପୋଲୋଚି ଆଦି ଦର୍ଶନୀୟ ସ୍ଥାନରେ ହେବ।

ସମ୍ବନ୍ଧିତ ଖବର