ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ସ୍ନେହାଲ୍ ରାୟ। ସେ ପୁଣେ ଯାଉଥିବା ବାଟରେ ଏକ କାର୍ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଯାହାଫଳରେ ତାଙ୍କ ଗାଡ଼ିର ବମ୍ପର୍ ଏବଂ ମଡ୍ଗାର୍ଡ ପୂରାପୂରି ଭାବେ ଭାଙ୍ଗି ଯାଇଛି। ହେଲେ ତାଙ୍କର ସେପରି କୌଣସି କ୍ଷତି ହୋଇନାହିଁ। ତାଙ୍କ ଡ୍ରାଇଭର୍ ଓ ସେ ଉଭୟ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ରହିଛି।
ତେବେ ଅଭିନେତ୍ରୀ ଜଣକ ଯେତେବେଳେ ଟ୍ରକ୍ ମାଲିକଙ୍କୁ ତାଙ୍କ ଗାଡ଼ିର ଭରଣା ମାଗିଥିଲେ ତ ସେ କେବଳ ଟଙ୍କା ଦେବାକୁ ମନା କରିନଥିଲେ, ବରଂ ତାଙ୍କୁ ଧମକ ବି ଦେଇଛନ୍ତି ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି।
ଦୁର୍ଘଟଣା ଘଟିବା ପରେ ଅଭିନେତ୍ରୀ ସ୍ନେହାଲ୍ ତୁରନ୍ତ ନିକଟସ୍ଥ ପୁଲିସ୍ ଷ୍ଟେସନ୍କୁ କଲ୍ କରିଥିଲେ। ପୁଲିସ୍ ଆସି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଗଣମାଧ୍ୟମରେ ଏହି ଦୁର୍ଘଟଣା ବିଷୟରେ କଥା ହୋଇ ଅଭିନେତ୍ରୀ କହିଛନ୍ତି, ‘ଅଚାନକ ଟ୍ରକ୍ଟି ଆସି ମୋ ଗାଡ଼ିକୁ ଧକ୍କା ଦେଲା। ମୋ ଡ୍ରାଇଭର୍ଙ୍କୁ ଧନ୍ୟବାଦ ଯେ ସେ ମୋ ଜୀବନ ବଞ୍ଚାଇଦେଲେ। ମୁଁ ପୁଲିସ୍ ଷ୍ଟେସନ୍କୁ କଲ୍ କଲି ଓ ପୁଲିସ୍ ମାତ୍ର ୫ରୁ ୧୦ ମିନିଟ୍ ଭିତରେ ଆସ ପହଞ୍ଚିଥିଲା। ଭୋରଘାଟ୍ ପୁଲିସ୍ ଷ୍ଟେସନ୍ର ଯୋଗେଶ ଭୋସ୍ଲେ ସାର୍ଙ୍କ ପ୍ରତି ମୁଁ କୃତଜ୍ଞ। ମୁଁ ବହୁତ ଡରି ଯାଇଥିଲି। ସେ ସେହି ସମୟରେ ମୋତେ ଗ୍ଲକୋଜ୍ ଦେଇଥିଲେ, ଯାହାକି ଜରୁରୀ ଥିଲା।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Untitled-17.jpg)