ଇସ୍ରୋକୁ ନେଇ ନିଜର ଗର୍ବ ବ୍ୟକ୍ତ କଲେ ବିଗ୍‌ ବି, କିଙ୍ଗ୍‌ ଖାନ ଓ ଖିଲାଡି ବୟଙ୍କଠାରୁ ବହୁ ବଲିଉଡ୍‌ କଳାକାର

ମୁମ୍ବାଇ: ଚନ୍ଦ୍ରଯାନ-୨ର ଲାଣ୍ଡର୍‌ ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରକାଶ ପାଇଥିଲା। ପୂରା ଦେଶ ଦୁଃଖ ମନାଉଥିବା ବେଳେ ଇସ୍ରୋକୁ ସମର୍ଥନ ଦେଇ ଟ୍ଵିଟ୍‌ରେ ପୋଷ୍ଟ୍‍ କରିଛନ୍ତି ବହୁ ବଲିଉଡ୍‌ କଳାକାର। ଶାହାରୁଖ ଖାନ, ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଲତା ମଙ୍ଗେସକର୍‌ ଆଦି ବହୁ କଳାକାର ଇସ୍ରୋକୁ ଏପରି ଐତିହାସିକ ଉଦ୍ୟମ ପାଇଁ ପ୍ରଶଂସା କରିବା ସହ ଇସ୍ରୋକୁ ନେଇ ସେମାନେ ଗର୍ବ ଅନୁଭବ କରନ୍ତି ବୋଲି କହିଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଯାନ-୧ ପରେ ଚନ୍ଦ୍ରଯାନ-୨ ହେଉଛି ଇସ୍ରୋ ଦ୍ୱାରା ଦ୍ୱିତୀୟ ଚନ୍ଦ୍ର ଅଭିଯାନ। ଚନ୍ଦ୍ରଯାନ-୧ ୨୦୦୮ ମସିହାରେ ଲଞ୍ଚ୍‌ ହୋଇଥିଲା। ଚନ୍ଦ୍ରଯାନ-୨କୁ ଚଳିତବର୍ଷ ଜୁଲାଇ ୨୨ରେ ଶ୍ରୀହରିକୋଟର ଶତିଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପ୍ରେରଣ କରାଯାଇଥିଲା। ଆଜି ଚନ୍ଦ୍ରାଲୋକରେ ପହଞ୍ଚିବାର କିଛି ସମୟ ପୂର୍ବରୁ ଇସ୍ରୋର ଚନ୍ଦ୍ରଯାନ-୨ର ଲାଣ୍ଡର୍‌ ବିକ୍ରମ ସହ ସଂପର୍କ ବିଛିନ୍ନ ହୋଇ ଯାଇଛି।

ସମ୍ବନ୍ଧିତ ଖବର